ବଲାଙ୍ଗିର ସିନିୟର ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ସୁପର ନକଆଉଟରେ ୮ ଦଳ

 ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଜିଲ୍ଲାର ଆଜି ୮ ଗୋଟି ପଡିଆରେ ଗୃପ ଫାଇନାଲ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଟାଉନ ହାଇସ୍କୁଲ ପଡିଆରେ ସିସିଏଫ୍ଏ ଟ୍ରାଇବ୍ରେକର ୪-୧ ଗୋଲରେ ଜେକେୱାଇଏସ୍ କାଲସାଏପାଲିକୁ ହରାଇ ଗୃପ ଚମ୍ପିୟାନ ହୋଇଛି ।  ଅତିଥି ଭାବେ ଟେକ୍ସବାର ସଭାପତି ଆଇନନଜିବୀ ସାନ୍ତନୁ ଭୋଇ, ଉପ-ସଭାପତି ଟେକ୍ସବାର ଆଇନଜିବୀ ଶଶାଙ୍କ ପଟ୍ଟନାୟକ, ସଂସଦର ବରିଷ୍ଠ ସଦସ୍ୟ ଜୟରାମ ମିଶ୍ର ଓ ସିସିଏଫ୍ଏ ସଭାପତି ସୁରେନ୍ଦ୍ର ନାଗ ଯୋଗ ଦେଇଥିଲେ । ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ହେମନ୍ତ କୁମାର ବେହେରା, ଯୁଗ୍ମ ସଂପାଦକ ଶତୃଘନ ସିଂ, ବରିଷ୍ଠ ସଦସ୍ୟ ଡା. ସିଦେ୍ଧଶ୍ୱର ମିଶ୍ର, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା ମଂଚାସିନ ଥିଲେ ।  ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ସୁଜିଆ ୮-୦ ଗୋଲରେ ସରଗାଡକୁ ହରାଇ ଗୃପ ଚମ୍ପିୟାନ ହୋଇଛି । ଚୁଡାପାଲି ପଡିଆରେ ନକଟାସର ୩-୧ ଗୋଲରେ ଡଙ୍ଗାଘାଟକୁ ହରାଇ ଗୃପ ଚମ୍ପିୟାନ ହୋଇଛି   । ଜରାସିଂହା ମିନି ଷ୍ଟାଡିୟମ ରେ ମହିପୁର ଟ୍ରାଇବ୍ରେକର ୪-୩ ଗୋଲରେ ଜରାସିଂହାକୁ ହରାଇ ଗୃପ ଚମ୍ପିୟାନ ହୋଇଛି  । ବଙ୍ଗୋମୁଣ୍ଡା ପଡିଆରେ କୋଷ୍ଠାଲ ଇଲେଭେନ  କଣ୍ଟାବାଞ୍ଜି ୧-୦ ଗୋଲରେ ୱାଇଏଫ୍ସି କଣ୍ଟାବାଞ୍ଜିକୁ ହରାଇ ଗୃପ ଚମ୍ପିୟାନ ହୋଇଛି । ଖୁଜେନପାଲି ପଡିଆରେ ସ୍ପୋର୍ଟ୍ସ ହଷ୍ଟେଲ ବଲାଙ୍ଗିର ୪-୧ ଗୋଲରେ ରିସନ କାଲସାଏପାଲିକୁ ହରାଇ ଗୃପ ଚମ୍ପିୟାନ ହୋଇଛି । ଲୋଇସିଂହା ମିନି ଷ୍ଟାଡିୟମରେ ଲୋଇସିଂହା ଏଏ ୧-୦ ଗୋଲରେ ବଲାଙ୍ଗିର ପୁଲିସ ଟିମ୍କୁ ହରାଇ ଗୃପ ଚମ୍ପିୟାନ ହୋଇଛି । ଟିଟିଲାଗଡ ସିଟି ସ୍କୁଲ ପଡିଆରେ ଜୁରାବନ୍ଧ କେସିୟୁ ୨-୦ ଗୋଲରେ ସିହିନିକୁ ହରାଇ ଗୃପ ଚମ୍ପିୟାନ ହୋଇଛିି ।