ଖାଦ୍ୟରେ କମ୍ କରନ୍ତୁ ଲୁଣ, ଚିନି !ରୋଗ ଆଶଙ୍କା କମିଯିବ

ଖାଦ୍ୟରେ କମ୍ କରନ୍ତୁ ଲୁଣ, ଚିନି !ରୋଗ ଆଶଙ୍କା କମିଯିବ

ଆପଣ ପ୍ରତ୍ୟେକ ଦିନ କେତେ ପରିମାଣରେ ଖାଉଛନ୍ତି । ଏଥିରେ କେତେ ପରିମାଣରେ ଲୁଣ, ଚିନି ଓ ତେଲ ରହୁଛି । ଏହା ଦ୍ୱାରା ଆପଣଙ୍କୁ କ’ଣ କ୍ଷତି ହେଉଛି । ଆପଣ ଯଦି ପ୍ରତ୍ୟେକ ଦିନ ଖାଉଥିବା ଖାଦ୍ୟରେ ଲୁଣ, ଚିନି ଏବଂ ସ୍ନେହସାର ପରିମାଣକୁ କମ୍ କରନ୍ତି ତେବେ ଆପଣଙ୍କ ଓଜନ ବୃଦ୍ଧି ହେବ ନାହିଁ । ରକ୍ତଚାପ, ମଧୁମେହ ଓ ହୃଦରୋଗ ଏବଂ ଅନ୍ୟ ଅଣସଂକ୍ରାମକ ରୋଗରେ ପଡ଼ିବାର ଆଶଙ୍କା କମିଯିବ ।

 ଧିରେ ଧିରେ ନିଜ ଖାଦ୍ୟରେ ଲୁଣ, ଚିନି ଓ ତେଲ ପରିମାଣ କମ୍ କରନ୍ତୁ ।
 ଖାଦ୍ୟରେ ଚିନି, ଲୁଣ ଏବଂ ତେଲ ପକାଇବା ପାଇଁ ଛୋଟ ଚାମଚ ବ୍ୟବହାର କରନ୍ତୁ ।
ପ୍ରତି ମାସରେ ନିଜର ଖାଦ୍ୟ ଗ୍ରହଣକୁ ପର୍ୟ୍ୟବେକ୍ଷଣ କରନ୍ତୁ ।
 ଚିନି ବଦଳରେ ଆପଣ ଫଳ ବ୍ୟବହାର କରିପାରିବେ । 
 
ମୃଦୁ ପାନୀୟ, ମିଠା, ଆଇସକ୍ରିମ୍, ଛଣାଛଣି ଖାଦ୍ୟର ପରିମାଣ କମାନ୍ତୁ।
ସାଲାଡ୍ ଉପରେ ଲୁଣ, ଦହି ଛିଞ୍ଚିବାରୁ ନିବୃତ ରୁହନ୍ତୁ ।
ଭାତ କିମ୍ବା ରୁଟି ତିଆରି କରିବା ବେଳେ ଅଧିକ ଲୁଣ ମିଶାନ୍ତୁ ନାହିଁ ।

ଘିଅ ବଦଳରେ ୨ରୁ ୩ ଚାମଚ ଭେଜିଟେବଲ୍ ଅଏଲ ବ୍ୟବହାର କରନ୍ତୁ ।
 ଆଚାର, ଲୁଣି ବିସ୍କୁଟ, ଜାମ୍, ଜେଲି ଖାଇବାରେ ନିୟନ୍ତ୍ରଣ କରନ୍ତୁ ।

ଆପଣଙ୍କ ଖାଦ୍ୟରୁ ରିଫାଇନଡ୍ ଚିନିକୁ ବାଦ୍ ଦିଅନ୍ତୁ ।