ବାସ୍ତୁରେ ମୟୂର ପୁଚ୍ଛ

ବାସ୍ତୁଶାସ୍ତ୍ରରେ ମୟୂର ଏବଂ ତା’ର ପୁଚ୍ଛର ବେଶ୍ ମାହାତ୍ମ୍ୟ ରହିଛି । ସ୍ୱୟଂ ଲୀଳାମୟ ଭଗବାନ ଶ୍ରୀକୃଷ୍ଣ ମୟୂରପୁଚ୍ଛକୁ ନିଜ ମଥାରେ ଧାରଣ କରିଥାନ୍ତି । କାର୍ତ୍ତିକେୟଙ୍କର ବାହନ ବି ହେଉଛି ମୟୂର । ତେବେ ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁଯାୟୀ ବାସ୍ତୁଶାସ୍ତ୍ରର କଣ ସବୁ ମହାତ୍ମ୍ୟ ରହିଛି ।
- ବାସ୍ତୁଶାସ୍ତ୍ର ଅନୁଯାୟୀ ମୟୂରପୁଚ୍ଛକୁ ଘରର ଦକ୍ଷିଣ- ପୂର୍ବ କୋଣରେ ରଖିଲେ ଘରର ଉନ୍ନତି ହେବା ସହ ସହଜରେ ନକରାତ୍ମକ ଶକ୍ତି ପ୍ରବେଶ କରିପାରିନଥାଏ ।
- ମୟୂରପୁଚ୍ଛରେ କାଳସର୍ପ ଦୋଷ ନଷ୍ଟ ହେବାର ବିଶ୍ୱାସ ରହିଛି । କୁହାଯାଏ ଯେ, କାଳସର୍ପ ଦୋଷ ଥିବା ବ୍ୟକ୍ତି ପୂର୍ଣ୍ଣିମା ଦିନ ନିଜ ତକିଆ ଖୋଳ ଭିତରେ ୯ଟି ମୟୂରପୁଚ୍ଛକୁ ରଖି ସେଥିରେ ପ୍ରତିଦିନ ଶୋଇଲେ ଧିରେ ଧିରେ ଏହି ଦୋଷ ପ୍ରଭାବହୀନ ହୋଇଯାଇଥାଏ ।
- ଶରୀରରେ ନକରାତ୍ମକ ଶକ୍ତିର ପ୍ରଭାବ ଥିଲେ, ମୟୂରପୁଚ୍ଛରେ ଝାଡ଼ିହେବା ଦ୍ୱାରା ତାହା ନଷ୍ଟ ହୋଇଯାଏ ବୋଲି ବିଶ୍ୱାସ କରାଯାଏ ।
- ଆପଣ ଦେଖିଥିବେ ଯେ ଅନେକ ଲୋକ ନିଜ ଡାଏରି କିମ୍ବା ପକେଟରେ ମୟୂରପୁଚ୍ଛ ରଖିଥାନ୍ତି । ନିଜ ଡାଏରି କିମ୍ବା ପକେଟରେ ଅଥବା ଘରର ପୂର୍ବ କିମ୍ବା ଉତ୍ତର- ପଶ୍ଚିମ ଦିଗରେ ଥିବା କବାଟରେ ଲଗାଇବା ଦ୍ୱାରା ବ୍ୟକ୍ତିଙ୍କ ଉପରେ ଥିବା ରାହୁ-କେତୁ ଦୋଷ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି ।