ଖାଦ୍ୟ ଓ ବସ୍ତ୍ର ବଣ୍ଟନ 

କେନ୍ଦ୍ରାପଡା : କେନ୍ଦ୍ରାପଡାର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଗରିବ ଅସହାୟ ବ୍ୟକ୍ତିଙ୍କ ପାଇଁ ଲୁଗା ଯୋଗାଇବା ଓ ଖାଦ୍ୟ ଯୋଗାଇବା କାର୍ଯ୍ୟକ୍ରମ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଆରମ୍ଭ ହୋଇଛି । କେନ୍ଦ୍ରାପଡ଼ା ବ୍ଲକ ଅଧିନ ବଗଡା ପଞ୍ଚାୟତର କଚେରୀପଡ଼ା ଗ୍ରାମରେ ରହନ୍ତି ମଙ୍ଗୁଳି ନାୟକ । ଘରେ ସ୍ତ୍ରୀ, ତିନି ପୁଅ ଓ ଗୋଟେ ଝିଅକୁ ନେଇ ତାଙ୍କର ଛୋଟିଆ ସଂସାର । ମଙ୍ଗୁଳି ପ୍ରତିଦିନ ମଜୁରି ଲାଗି ତାଙ୍କର ପରିବାର ଚଳାନ୍ତି । ଗତ ଚାରିଦିନ ତଳେ ନିଜ ଘର ପାଇଁ ଜାଳେଣି ସଂଗ୍ରହ କରୁଥିବା ବେଳେ କଚେରିପଡ଼ା ପ୍ରାଥମିକ ବିଦ୍ୟାଳୟରେ ଥିବା ଚାକୁଣ୍ଡା ଗଛ ଉପରୁ ତଳକୁ ଖସିପଡିଲେ । ପରେ କେନ୍ଦ୍ରାପଡ଼ା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଉନ୍ନତ ଚିକିସôା ପାଇଁ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତରିତ ହୋଇଥିଲେ । ମଙ୍ଗୁଳି ତାଙ୍କ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ଏହି ଭଳି ଏକ ଦୁଃଖଦ ଖବର ପାଇବା ପରେ କେନ୍ଦ୍ରାପଡ଼ାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତାଙ୍କ ପରିବାର ନିକଟରେ ପହଞ୍ଚô ଖାଦ୍ୟ ଓ ଲୁଗାପଟା ପ୍ରଦାନ କରିଛନ୍ତି । ଟ୍ରଷ୍ଟ ସଭାପତି ଦମନ ମହାନ୍ତିଙ୍କ ସମେତ ଉପସଭାପତି ରଶ୍ମିରଞ୍ଜନ ବାରିକ, କାଳନ୍ଦୀ ମଲିକ, ନିଗମ ସାହୁ, ତପନ ନାଥ, ବିକାଶ ପାତ୍ର, ଅଜୟ ସେଠୀ, ଅହିତ୍ରାସୁ ବେହେରା, ପ୍ରଫୁଲ୍ଲ ପରିଡା ଓ ବଳରାମ ସାହୁ ସହଯୋଗ କରିଥିଲେ ।