"ଗୁଣ୍ଡାଗର୍ଦ୍ଦି ବିରୋଧରେ ଲଢେଇ ହେବ'
ନୂଆଦିଲ୍ଲୀ: କାଲକାଜୀ ଆସନରୁ ବିଜୟୀ ହେବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ । ସେ କହିଛନ୍ତି ଯେ, ଏହି ବିଜୟ ମୋର ନୁହେଁ; ଏହା କାଲକାଜୀ ବାସିନ୍ଦାଙ୍କର । କାଲକାଜୀ ବାସିନ୍ଦାଙ୍କ ପାଇଁ ମୁଁ ଆଜି ବିଶ୍ୱାସର ପାତ୍ର ହୋଇପାରି ଥିବାରୁ ଆଜି ମୁଁ ତାଙ୍କ ନିକଟରେ ଋଣି । ଏହାସହ ନିଜ ଦଳୀୟ କର୍ମକର୍ତ୍ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଅପରପକ୍ଷେ ବିଜେପିକୁ ତେର୍ଚ୍ଛାବାଣ ମାରି କହିଛନ୍ତି, ଆଜି ମୁଁ ବିପକ୍ଷ ଗୋଷ୍ଠୀଙ୍କ ଗୁଣ୍ଡାଗର୍ଦ୍ଦି, ବାହୁବଳ, ମାରପିଟ୍ର ସାମ୍ନା କରି ଲୋକଙ୍କ ବିଶ୍ୱାସର ପାତ୍ର ହୋଇଛି । ହେଲେ ଆଗାମୀ ଦିନରେ ଏହାର ପରିଣାମ କ’ଣ ହେବ ତାହା ଜନତା ବିଚାର କରିବେ ।
ଏହାସହ ସେ କହିଛନ୍ତି, ମୁଁ କାଲକାଜୀ ଆସନରୁ ଜିତିଛି ସତ । କିନ୍ତୁ ଏହା ବିଜୟର ଉତ୍ସବ ନୁହେଁ ବରଂ ଯୁଦ୍ଧର ସମୟ । ବିଜେପିର ଗୁଣ୍ଡାଗର୍ଦ୍ଦି, ମାରପିଟ୍ ବିରୋଧରେ ଆମର ଯୁଦ୍ଧ ଜାରି ରହିବ ଏବଂ ଆପ୍ ସର୍ବଦା ବେଆଇନ ବିରୋଧରେ ଲଢ଼େଇ କରିଆସିଛି ଓ ଆଗକୁ ଏହା ଜାରି ରହିବ ।