ବିଜେପିକୁ ଅଭିନନ୍ଦନ: କେଜ୍ରିୱାଲ : ଦିଲ୍ଳୀ ଫଳାଫଳ କିଏ କ'ଣ କହିଲେ?

ନୂଆଦିଲ୍ଲୀ: ଦିଲ୍ଲୀ ଜନତାଙ୍କ ଫଇସଲାକୁ ମୁଁ ସ୍ୱୀକାର କରୁଛି ଏବଂ ବିଜୟୀ ପାଇଁ ବିଜେପିକୁ ଅଭିନନ୍ଦନ ଜଣାଉଛି । ଏକ ଭିଡିଓ ବାର୍ତ୍ତା ଜାରି କରି କେଜ୍ରିୱାଲ କହିଛନ୍ତି ଯେ, ଆଶା କରୁଛି ଯେଉଁ ଆସ୍ଥା ରଖି ଆଜି ଦିଲ୍ଲୀବାସୀ ବିଜେପିକୁ ଜିତାଇଛନ୍ତି ବିଜେପି ସେହି ଆସ୍ଥା ଓ ବିଶ୍ୱାସକୁ ବଜାୟ ରଖିବ । ଏହାସହ ସେ କହିଛନ୍ତି ବିଗତ ୧୦ ବର୍ଷ ମଧ୍ୟରେ ଜନତା ଆମକୁ ସେବା କରିବାର ଯେଉଁ ସୁଯୋଗ ଦେଇଥିଲେ, ତାହାକୁ ଆମେ ନିଷ୍ଠାର ସହ କରିଛୁ । ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି ଓ ପାନୀୟ ଯୋଗାଣ ଭଳି କ୍ଷେତ୍ରରେ ବିଶେଷ ଭାବେ ପରିବର୍ତ୍ତନ ଆଣିବା ସହ ଦିଲ୍ଲୀ ଭିତ୍ତିଭୂମିକୁ ସୁଦୃଢ଼ କରିଛୁ । ଚଳିତ ନିର୍ବାଚନ ହାରିଗଲେ ଯେ, ଆମେ ଜନତାଙ୍କ ଠାରୁ ଦୂରେଇ ଯିବୁ ତା’ ନୁହେଁ; ସର୍ବଦା ଆମେ ଲୋକଙ୍କ ସୁଖଦୁଃଖ ସହିତ ଜଡ଼ିତ ଅଛୁ ଆଉ ରହିଥିବୁ ମଧ୍ୟ । ସତା ପାଇଁ ଆମେ ରାଜନୀତିକୁ ଆସିନାହୁଁ, ବରଂ ଲୋକଙ୍କ ପାଇଁ ଲଢ଼ିବାକୁ ହେଲେ ରାଜନୀତି ଜରୁରୀ ଥିବାରୁ ଆମେ ରାଜନୀତିକୁ ଆସିଛୁ । ଆଉ ଏହି ରାଜନୀତି ଜରିଆରେ ଯେତିକି ସମ୍ଭବ ଜନତାଙ୍କୁ ଆମେ ସେତିକି ସେବା ଯୋଗାଇଛୁ । ସେହିପରି ଦିଲ୍ଲୀର ଯେଉଁ ଆସନରୁ ଆପ୍ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଆପ୍ କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମକୁ ସ୍ୱାଗତ କରିଛନ୍ତି ।
ଜନାଦେଶକୁ ସ୍ୱାଗତ: ସିସୋଦିଆ
ାା ଏଜେନ୍ସି ।ା ନୂଆଦିଲ୍ଲୀ, ୮ା୨: ଦୀର୍ଘ ୧୨ବର୍ଷ ପରେ ଦିଲ୍ଲୀ ଜନତା ଆଜି ପରିବର୍ତ୍ତନ ଚାହିଁଛନ୍ତି । ନିଶ୍ଚିତ ଭାବେ ଏହି ଜନାଦେଶ ସ୍ୱାଗତଯୋଗ୍ୟ । ତେବେ ସର୍ବଦା ମୁଁ ଶିକ୍ଷାକୁ ଗୁରୁତ୍ୱ ଦେଇ ଆସୁଥିବା ବେଳେ କେଜ୍ରିୱାଲ୍ ସରକାରଙ୍କ ଅଧୀନରେ ମୁଁ କେବଳ ଶିକ୍ଷା ବ୍ୟବସ୍ଥା ଉପରେ ହିଁ ଦୃଷ୍ଟି ଦେଇ କାର୍ଯ୍ୟ କରିଥିଲି । ଆଉ ଆପ୍ ଦଳ ସରକାରରେ ନ ରହିଲେ ମଧ୍ୟ ମୁଁ ଆଗାମୀ ଦିନରେ ଶିକ୍ଷା ପାଇଁ କାର୍ଯ୍ୟ କରିଚାଲିବି ।