ଆଗକୁ ବଡ଼ ଯୁଦ୍ଧ ଜିତିବୁ: ସୌରଭ
ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପରାଜୟ ବରଣ କରିବା ପରେ ଆପ୍ର ବରିଷ୍ଠ ନେତା ତଥା ତକ୍ରାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି ଯେ, ବଡ଼ ଯୁଦ୍ଧ ଜିତିବା ପାଇଁ ଆମେ ଛୋଟ ଯୁଦ୍ଧ ହାରିଛୁ । ଆଉ ଆପ୍ କର୍ମକର୍ତ୍ତାଙ୍କ ସମେତ ନିଜ ସମର୍ଥକଙ୍କୁ ସେ ଆହ୍ୱାନ ଦେଇ କହିଛନ୍ତି ଏଥିପାଇଁ ମନୋବଳ ଦୁର୍ବଳ କରିବା ଆବଶ୍ୟକ ନାହିଁ । ଲୋକଙ୍କ ସେବା କରିଚାଲ ଆଗାମୀ ଦିନରେ ଏହାର ଫଳ ନିଶ୍ଚିତ ମିଳିବ । ସୂଚନାଯୋଗ୍ୟ ଯେ, ଶ୍ରୀ ଭରଦ୍ୱାଜ ଗ୍ରେଟର୍ କୈଳାସ ଆସନରୁ ଆପ୍ ଟିକେଟ୍ରେ ଲଢ଼ୁଥିବା ବେଳେ ତାଙ୍କ ବିପକ୍ଷରେ ବିଜେପି ଟିକେଟ୍ରେ ଲଢ଼ୁଥିବା ଶିଖା ରାୟ ୩୧୮୮ ଭୋଟ୍ ବ୍ୟବଧାନରେ ତାଙ୍କୁ ପରାସ୍ତ କରିଛନ୍ତି ।