ଗୋଠ ଛଡା ଦନ୍ତାର ଉପଦ୍ରବ : ହାତୀ ଆକ୍ରମଣରେ ଗାଈ ମୃତ
ଚମ୍ପୁଆ: ଚମ୍ପୁଆ ରେଂଜ ଅନ୍ତର୍ଗତ ଉଖୁଣ୍ଡା ସେକ୍ସନର ଚକୁଳିଆ ଗ୍ରାମରେ ତାଣ୍ଡବ ଖେଳାଉଛି ଗୋଠ ଛଡା ଦନ୍ତା । ଏହି ଦନ୍ତା ହାତୀ ପାଇଁ ନାକେଦମ ହେଲାଣି ବନବିଭାଗ । ଦନ୍ତା ଆକ୍ରମଣରୁ ବର୍ତ୍ତୁ ନାହାନ୍ତି ଗୃହପାଳିତ ପଷୁ ଓ ମଣିଷ । ସୂଚନା ଅନୁସାରେ ଉଖୁଣ୍ଡା ସେକ୍ସନ ଚକୁଳିଆ ଗ୍ରାମର ମାଗୁଣି ଗିରିଙ୍କ ଗୃହକୁ ଆଜି ଭୋର ସମୟରେ ଗୋଠ ଛଡା ଦନ୍ତା ଭାଙ୍ଗି ଚୁରୁମାର କରିଥିବା ବେଳେ ଘରେ ଥିବା ଗାଈଟିକୁ ଦନ୍ତା ହାତୀ ଆକ୍ରମଣ କରି ମାରିଦେଇଛି । ସେହିପରି ସୀତାରାମପୁରରେ ଅଧମକ୍ସଚ୍ଚଳ ଘରକୁ ମଧ୍ୟ ଏହି ଦନ୍ତା ଭାଙ୍ଗି ଦେଇଥିବା ବେଳେ ଅପରାହ୍ନ ୪ ଘଟିକା ସମୟରେ ବଡଡୁମୁରିଆର ଜିତେନ ଗୋପକୁ ସୀତାରାମପୁରରେ ଆକ୍ରମଣ କରି ଘାଇଲା କରିପକାଇଛି । ତୁରନ୍ତ ଗୁରୁତର ଆହାତ ଜିତେନ ଗୋପକୁ କେନ୍ଦୁଝର ଚିକିସôାଳୟକୁ ସ୍ଥାନାନ୍ତର କରାଯାଇଥିବା ବନପାଳ ପ୍ରଦିପ ବାରିକ ସୂଚନା ଦେଇଛନ୍ତି । ସେହିପରି ମୟୁରଭଂଜ ପଟୁ ଚମ୍ପୁଆ ରେଂଜକୁ ପସିଆସିଥିବା ୪ ଟିକିଆ ହାତୀ ପଲ ଉକ୍ତ ସେକ୍ସନର ବରପଦା ଅଞ୍ଚଳରେ ବ୍ୟାପକ ଫସଲ ହାନି କରିଥିବା ଦେଖିବାକୁ ମିଳିଛି ।
ବନବିଭାଗ ହାତୀ ପଲ ଉପରେ ନଜର ରଖିଥିଲେ ମଧ୍ୟ ଅନେକ ସମୟରେ ଗୋଠ ଖଣ୍ଡିଆ ଦନ୍ତା ହାତୀ ବନ ବିଭାଗକୁ ଚଖମା ଦେଖାଇ ବିଭିନ୍ନ ସ୍ଥାନରେ ଉପଦ୍ରବ ଖେଳାଇଚାଲିଛି । ଫଳରେ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସୂଚନା ଯୋଗ୍ୟକି ଚମ୍ପୁଆ ରେଂଜରେ ହାତୀ ପଲ ବର୍ଷ ସାରା ରହିଆସିବା ସହିତ ଧନଜୀବନ ହାନି କରିଚାଲିଛନ୍ତି ।