ଗଞ୍ଜାମରେ ଖୁଲମ ଖୁଲା ପୋଚ ମଦ ବେପାର
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଅପମିଶ୍ରଣ ମଦ ଚାଲାଣ ଖୁଲାମ ଖୁଲା ହେଉଛି । ହୋମିଓ ପ୍ୟାଥିକ ସ୍ପିରିଟରେ ବିଭିନ୍ନ ପ୍ରକାର ଫ୍ଲେବର ମିଶ୍ରଣ କରି ବିଦେଶୀ ମଦ ପ୍ରସ୍ତୁତ ହେଉଛି । ସରକାରୀ ମହୁଲ ଦେଶୀ ମଦ ଭାଟି କେବଳ କାଗଜ କଲମରେ ସୀମିତ ରହିଛି । ଅଧିକାଂଶ ଦେଶୀ ମଦ ଭାଟିରେ ମହୁଲ ସ୍ଥାନରେ ଗୁଡ଼, ରାଜା ପିଢ଼ିଆ ଓ ଇଷ୍ଟ ବ୍ୟବହାର ହେଉଥିବା ଅଭିଯୋଗ ହେଉଛି । ସ୍ୱଳ୍ପ ସମୟ ମଧ୍ୟରେ ପୋଚ ପ୍ରସ୍ତୁତ କରିବା ପାଇଁ ଏହି ସବୁ ସାମଗ୍ରୀ ବ୍ୟବହାର ହେଉଥିବା ଚର୍ଚ୍ଚା ହେଉଛି । ଗଞ୍ଜାମ ଜିଲ୍ଲାର ମୁଖ୍ୟତଃ ଆସିକା, କବିସୂର୍ଯ୍ୟନଗର, ବୁଗୁଡା, ବାଲିପଦର, ପୁରୁଷୋତ୍ତମପୁର ସମେତ ନୟାଗଡ ଜିଲ୍ଲାକୁ ଏହି ଚୋରା ମଦ ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଛି । ଏହି ମଦ ଚାଲାଣ ପୁଲିସ ଓ ଅବକାରୀ ବିଭାଗର ଇସାରାରେ ହେଉଥିବା ଚର୍ଚ୍ଚା ହେଉଛି । ମୋଟା ଅଙ୍କର ଟଙ୍କା ଓ ଦାମୀ ଗିଫ୍ଟ ନେଇ ବାବୁ ମାନେ ଚୁପ । ଏହି ଅପମିଶ୍ରଣ ମଦ ପ୍ରସ୍ତୁତ ସମ୍ପର୍କରେ ପ୍ରଶାସନ ପାଖରେ ଖବର ଥିଲେବି ମଦ ମାଫିଆ ପ୍ରତି ସ୍ଥାନୀୟ ନେତାଙ୍କ ସମ୍ପୃକ୍ତି ଥିବା ଯୋଗୁଁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ଚର୍ଚ୍ଚା ହେଉଛି । ଜିଲ୍ଲା ପ୍ରଶାସନ ଆଉ ଗୋଟେ ମଦ ମୃତୁ୍ୟକୁ ଅପେକ୍ଷା କରିଥିବା ନେଇ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଗଞ୍ଜାମ ଜିଲ୍ଲାରେ ଥିବା ମଦ ମାଫିଆ ମାନେ ସରକାରୀ କଳ ଏବଂ ନେତା ଓ ମନ୍ତ୍ରୀଙ୍କ ପକେଟ ଗରମ କରି ଖୋଲାମ ଖୋଲା ଅପମିଶ୍ରଣ ମଦ ପ୍ରସ୍ତୁତି କରୁଥିବାକୁ ନେଇ ଅନେକ ଅଭିଯୋଗ ଆସୁଛି କିନ୍ତୁ ପୁଲିସ ଅବକାରୀ ବିଭାଗ ସବୁ ଜାଣି ନିରବ । ମଦ ପୋଚକୁ ଲେବ୍ରୋଟୋରି ଟେଷ୍ଟିଙ୍ଗ କରିଲେ ଗୁମର ଖୋଲିବ ବୋଲି ସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି । ଜଦି ପ୍ରଶାସନ ଚୁପ ରୁହନ୍ତି ଆଗାମୀ ଦିନରେ ପୁଣି ଏକ ଅପମିଶ୍ରଣ ମଦ ମୃତୁ୍ୟକୁ ଏଡାଇ ଦେଇ ହେବ ନାହିଁ ବୋଲି ବୃଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।