ଗୋପପୁରରେ ଶୁଭଧ୍ୱଜା ସ୍ଥାପିତ

ବରଗଡ: ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ଗୋପପୁର କମିଟି ତରଫରୁ ଶୁଭଧ୍ୱଜା ସ୍ଥାପିତ ହୋଇଛି । ଅମ୍ବାପାଲିରେ ମାଁ ସମଲେଶ୍ୱରୀଙ୍କ ପୀଠରେ ପୂଜାର୍ଚ୍ଚନା ପରେ ଏକ ସାଂସ୍କୃତିକ ଶୋଭାଯାତ୍ରା ଗାଁ ପରିକ୍ରମା ପୂର୍ବକ କଦମ୍ବ ପଡିଆକୁ ପହଞ୍ଚିଥିଲା । ସେଠାରେ ରାଜପୁରୋହିତ ପଣ୍ଡିତ ଭଗବାନ ବିର୍ତ୍ତିଆ ପୂଜାର୍ଚ୍ଚନା କରିଥିବାବେଳେ ଉପଜିଲ୍ଳାପାଳ ପ୍ରସନ୍ନ ପାଣ୍ଡେ, ଧନୁଯାତ୍ରା ମହୋସôବ ଗୋପପୁର କମିଟିର ସହ ଆବାହକ ତଥା ପୌରପରିଷଦ ନିର୍ବାହୀ ଅଧିକାରୀ ହରପ୍ରସାଦ ଭୋଇ କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିଲେ । ଏହି ଅବସରରେ ଧନୁଯାତ୍ରା ମହୋସôବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ, କାଉନସିଲର ଦିପାଞ୍ଜଳୀ ବାଗ, ଦୟା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ  । ସେହିପରି ଶୋଭାଯାତ୍ରାରେ କୃଷ୍ଣ ବଳରାମ ଭୂମିକାରେ ଅଭିନୟ କରିବାକୁ ଥିବା ଶିଶୁ କଳାକାର ସ୍ୱପ୍ନିଲ ମହାପାତ୍ର ଓ ଦିବ୍ୟାଂଶୁ ବିର୍ତ୍ତିଆ, ରାଧା ସାଇନା ପ୍ରଧାନ, ସତ୍ୟନାରାୟଣ ପୋଢ଼, ମୁଗ୍ଧା ଦାଶ,  ପଞ୍ଚାନନ ବିର୍ତ୍ତିଆ, ଇଶ୍ୱର ବାଗ, ରବିନ୍ଦ୍ର ପୂଜାରୀ ସମେତ ଗୋପପୁର କମିଟିର ସଦସ୍ୟମାନେ ସାମିଲ ହୋଇଥିଲେ  । ଆସନ୍ତା ଜାନୁୟାରୀ ୩ ରୁ ୧୩ ତାରିଖ ପର୍ଯ୍ୟନ୍ତ ୭୭ ତମ ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ଅନୁଷ୍ଠିତ ହେବ । ଧନୁଯାତ୍ରା ସମୟରେ ଅମ୍ବାପାଲି ଗୋପପୁରରେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ଖେଳା ଦୃଶ୍ୟ ଅଭିନୀତ ହେବ  ।