ନିଶାଦ୍ରବ୍ୟ ଜବତ, ୪ ଗିରଫ

 ସମ୍ବଲପୁର : ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ୟୁନିଟ୍ ପକ୍ଷରୁ ଗତକାଲି ଦୁଇଟି ପୃଥକ୍ ପୃଥକ୍ ଚଢ଼ଉରେ ୪୨୦ ବୋତଲ ନିଶା ସିରଫ୍ ଏବଂ ୫ କେଜି ଗଞ୍ଜେଇ ଜବତ କରାଯାଇଛି । ଉଭୟ ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ଧନୁପାଲି ଥାନା ସୁନାପାଲିର ଅବଦୁଲ ହାସିମ୍ (୧୯), ଏବଂ ତନ୍ବିର୍ ଖାନ୍ (୧୯) । ଏମାନେ ନିଶା ସିରଫ୍ ଚାଲଣା ମାମଲାରେ ଗିରଫ ହୋଇଛନ୍ତି । ସେହିଭଳି ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଛତିଶଗଡ଼ କୋରବା ଜିଲ୍ଲା ବାଲକୋ ଥାନାର ୱାଇ.କେ ସାହୁ (୨୩) ଏବଂ ଏସ୍.କୁମାର ଚୌହାନ (୩୫)ଙ୍କୁ ଏକ ହିରୋ ସ୍ପେଲଣ୍ଡର ମୋଟର ସାଇକେଲ ସହ ଗିରଫ କରାଯାଇଛି ।