ହିଙ୍ଗୁଳା ହାଇସ୍କୁଲ୍ର ପ୍ଲାଟିନମ୍ ଜୁବୁଲି ଉଦ୍ୟାପିତ

ଯାଜପୁର: ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟର ମେରୁଦଣ୍ଡ । ମେରୁଦଣ୍ଡ ଯେତେ ସବଳ ବିଦ୍ୟାଳୟ ସେତେ ଦୃଢ ରହିବ, ଆଉ ବିଦ୍ୟାର୍ଥି ଆଗକୁ ବଢିପାରିବେ ବୋଲି ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ ମତବ୍ୟକ୍ତ କରିଛନ୍ତି । କୋରେଇ ବ୍ଲକ୍ ଶଙ୍ଖଚିଲା ହିଙ୍ଗୁଳା ହାଇସ୍କୁଲ୍ର ୭୫ତମ ପୂର୍ତି ଅବସରରେ ପାଳିତ ପ୍ଲାଟିନମ୍ ଜୁବୁଲି ଉତ୍ସବର ମୁଖ୍ୟଅତିଥି ଭାବେ ଯୋଗଦେଇ ବାଚସ୍ପତି କହିଥିଲେ କି ଶିକ୍ଷା ହିଁ ଜଣେ ଛାତ୍ରର ଭବିଷ୍ୟତକୁ ଗଢିତୋଳିଥାଏ । ଏଣୁ ସ୍କୁଲରୁ ହିଁ ସେମାନଙ୍କୁ ଭଲ ମଣିଷ ହେବାକୁ ପଡ଼ିବ । ପ୍ରଧାନ ଶିକ୍ଷକ ଅଭିଜିତ୍ ବାରିକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତଅତିଥି ଭାବେ କୋରେଇ ବିଧାୟକ ଆକାଶ ଦାସନାୟକ, ରାଜ୍ୟ ସରକାରଙ୍କ ଅର୍ଥନୀତି ପରାମର୍ଶଦାତା ରାଜୀବ ଶେଖର ସାହୁ ଯୋଗଦେପୁରାତନ ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନରେ ବର୍ତମାନର ଛାତ୍ରଛାତ୍ରୀମାନେ ବହୁ ସଫଳତା ଅର୍ଜନ କରିପାରିବେ ବୋଲି କହିଥିଲେ । ଏହି ଅବସରରେ ଶ୍ରୀ ସାହୁ ପ୍ରତିବର୍ଷ ବିଦ୍ୟାଳୟର ମେଟ୍ରିକ୍ ଟପ୍ପରକୁ ୧୦ ହଜାର ଟଙ୍କା ଏବଂ ୬ଷ୍ଠରୁ ନବମ ଶ୍ରେଣୀର ଟପ୍ପରଙ୍କୁ ମାସିକ ୧ହଜାର ଟଙ୍କା ବୃତ୍ତି ଆକାରରେ ପ୍ରଦାନ କରିବାକୁ ଘୋଷଣା କରିଥିଲେ । ଅନ୍ୟତମ ସମ୍ମାନତିଅତିଥି ଭାବେ ପୁରାତନ ଛାତ୍ର ସଂସଦର ସଭାପତି ଦିନବନ୍ଦୁ ଦାସ ଯୋଗଦେଇ ସ୍କୁଲର ବିଭିନ୍ନ ସମସ୍ୟାକୁ ଦୂର କରିବା ପାଇଁ ଅତିଥିଙ୍କୁ ନିଜ ବକ୍ତବ୍ୟ ମାଧ୍ୟମରେ ନିବେଦନ କରିଥିଲେ । ପୁରାତନ ଛାତ୍ର ପ୍ରଦୀପ ସାହୁ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ପୁରାତନ ଛାତ୍ର ଆର୍ଯ୍ୟ ବିଭାସ କୁମାର ମଞ୍ଚ ପରିଚାଳନା କରିଥିଲେ । ଶେଷରେ ବିଦ୍ୟାଳୟ ପଞ୍ଚ ଶଖା ଶିକ୍ଷାସେତୁର ଅଧ୍ୟକ୍ଷ ଦିଲ୍ଲୀପ ସାହୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ବିଭିନ୍ନ ହାଇସ୍କୁଲ୍ର ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଉପସଭାପତି ବିଷ୍ଣୁ ଚରଣ ସାହୁ, କାର୍ଯ୍ୟକାରୀ ସଭାପତି ଶ୍ରୀଧର ସାହୁ, ସମ୍ପାଦକ ବିନୋଦ ବିାହାରୀ ସାହୁ, ସଂଗଠନ ସମ୍ପାଦକ ସୌମ୍ୟବ୍ରତ ସାହୁ, କୋଷାଧ୍ୟକ୍ଷ ରଘୁନାଥ ସାହୁ, ଯୁଗ୍ମ ସମ୍ପାଦକ ଅକ୍ଷୟ ଜେନା, ଅନନ୍ତ ଚରଣ ମଲ୍ଲିକ, ସହ ସମ୍ପାଦକ ଦେବପ୍ରକାଶ ସାହୁ, ଆଲୋକ ସାହୁ, ସସ୍ମିତେଶ ସାହୁ, ଆଦିତ୍ୟ ସାହୁ, କୈଳାସ ଚନ୍ଦ୍ର ପଣ୍ଡା, ବୈକୁଣ୍ଠ ଚରଣ ଜେନା ଓ ବିମଳେନ୍ଦୁ ସାହୁଙ୍କ ସମତେ ବହୁ ପୁରାତନ ଓ ବର୍ତମାନର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ ।