ସାଲେପୁର ମହୋତ୍ସବ ଉଦ୍ୟାପିତ
ସାଲେପୁର : ସାଲେପୁର ହରିଚନ୍ଦନପୁର ବ୍ୟାରେଜ ପଡ଼ିଆରେ ୫ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିବା ସାଲେପୁର ମହୋତ୍ସବ ଓ ଉକ୍ରଳ ଦିବସ ସମାରୋହ ଉଦ୍ୟାପିତ ହୋଇଯାଇଛି । ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଦ୍ୟାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ରାଉତ ଯୋଗ ଦେଇ ଏଭଳି ମଧୁବାବୁଙ୍କ ଜନ୍ମ ମାଟିରେ ମଧୁବାବୁଙ୍କ ଆଦର୍ଶ ଓ ଦେଶପ୍ରେମକୁ ଆଗାମୀ ପୀଢ଼ୀ ପାଇଁ ମାର୍ଗଦର୍ଶନ କିପରି ହୋଇପାରିବ, ସେ ନେଇ ଏହି ଯେଉଁ କାର୍ଯ୍ୟ କରାଯାଉଛି ତାହା ସ୍ୱାଗତଯୋଗ୍ୟ ବୋଲି ସେ ପ୍ରକାଶ କରିଥିଲେ । ଉଦ୍ୟାପନ ଉତ୍ସବରେ ମୁଖ୍ୟ ଆକର୍ଷଣ ପଞ୍ଚାୟତ ରାଲି ପାଲଟିଥିଲା । ବିଭିନ୍ନ ପଞ୍ଚାୟତରୁ ବିଭିନ୍ନ ପ୍ରକାର ଓଡ଼ିଶାର କଳାକୃତି ଓ ମଧୁବାବୁଙ୍କ ଗାଥା ଓ କଥାକୁ ଲୋକନୃତ୍ୟ ମାଧ୍ୟମରେ ଦର୍ଶାଇବା ସହ ଘଣ୍ଟ, ଘଣ୍ଟା, ବାଦ୍ୟ ଆଦି ନାଦ କରି ଶହ ଶହ ସଂଖ୍ୟକ ଲୋକ ବିଭିନ୍ନ ପଞ୍ଚାୟତରୁ ରାଲି ଆଣି ମହୋତ୍ସବ ମଣ୍ଡପ ନିକଟରେ ପହଞ୍ଚôଥିଲେ । ଏହି ରାଲି ଦେଖିବା ପାଇଁ ସାଲେପୁର ସମେତ ଆଖପାଖ ଅଞ୍ଚଳର ସହସ୍ରାଧିକ ଲୋକ ସାମିଲ ହୋଇଥିଲେ । ଉତ୍ସବର ଶେଷ ଦିନରେ କଲିକତାର ନୃତ୍ୟ ଦଳ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକମାନଙ୍କର ମନମୁଗ୍ଧ କରିଥିଲେ । ଏହି ଅବସରରେ ଅନୁଷ୍ଠିିତ ସ୍ମୃତିଚାରଣ ସଭାରେ ଅନ୍ୟମାନଙ୍କ ମଧ୍ୟରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, କେନ୍ଦ୍ରାପଡ଼ା ଲୋକସଭା ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି, ସମାଜସେବୀ ଗୋଲଖ ପରିଡ଼ା, ଚଳଚ୍ଚିତ୍ର ପ୍ରଯୋଜକ ଦିଲ୍ଲୀପ ଦାଶ ପ୍ରମୁଖ ଯୋଗ ଦେଇ ବିଧାୟକଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିଥିଲେ । ଶେଷ ଦିନ ସ୍ମୃତିଚାରଣ ସଭାରେ ବିଧାୟକ ପ୍ରଶାନ୍ତ ବେହେରା ସଭାପତିତ୍ୱ କରିଥିବା ବେଳେ ରଜନୀକାନ୍ତ ଦାଶ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ ।