ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୁସ୍ଥ ନାରୀ ସଶକ୍ତି ପରିବାର ଅଭିଯାନ
ରାଜକନିକା : ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୁସ୍ଥ ନାରୀ ସଶକ୍ତି ପରିବାର ଅଭିଯାନ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ବାଦଲ କୁମାର ମହାନ୍ତିଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜକନିକା ପଞ୍ଚାୟତ ସମିତି ଅଧକ୍ଷା ମିନତୀ ରାଉତ ଓ ରାଜକନିକା ବିଡ଼ିଓ କୈଳାଶ ଚନ୍ଦ୍ର ମହାଳିକ ଯୋଗଦେଇ ଅନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ସଂମ୍ମାନିତ ଅତିଥି ଭାବେ ପାରିନୁଆପଡା ପଞ୍ଚାୟତର ସରପଞ୍ଚ ମଞ୍ଜୁଲତା ରାଉତ,ଶିଶୁ ବିଶେଷଜ୍ଞ ଡାକ୍ତର ରଶ୍ମିରଂଜନ ମହାନ୍ତି,ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସୌରୀୟ ପ୍ରସାଦ ପଣ୍ଡା ଓ ଦାନ୍ତ ବିଭାଗର ଡାକ୍ତର ଅଦଲ ଚନ୍ଦ୍ର ନିଆଳ ପ୍ରମୁଖ ଯୋଗ ଦେଇ ରାଷ୍ଟ୍ରର ସ୍ୱାସ୍ଥ୍ୟ ପରିଦୃଶ୍ୟରେ ପରିବର୍ତନ,ସାରା ଦେଶରେ ସମର୍ପିତ ଚିକିସôା ଏବଂ ସ୍ୱାସ୍ଥ୍ୟ ଶିବିର ଆୟୋଜନ, ୮ମ ରାଷ୍ଟ୍ରୀୟ ପୋଷଣ ମାସର ଉଦଘାଟନ ତଥା ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଅଧୀନରେ ମାତୃତ୍ୱ ସେବା ପ୍ରଦାନ ବିଷୟରେ ଆଲୋଚନା କରିଥିଲେ ।ତେବେ ମେଡିକାଲ କୁ ଆସିଥିବା ସବୁ ମହିଳା ଏବଂ ରୋଗଙ୍କ ପାଇଁ ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ସ୍ୱାସ୍ଥ୍ୟ ସେବା ଯଥା,ହିମୋଗ୍ଲୋବିନ,ଡାଇଭେଟିସ,ଯକ୍ଷ୍ମା ପରୀକ୍ଷା ଇତ୍ୟାଦି ହୋଇଥିଲା । ତେବେ ଶିଶୁ ବିଶେଷଜ୍ଞ,ସ୍ତ୍ରୀ ରୋଗ ବିଶେଷଜ୍ଞ,ଦାନ୍ତ ବିଭାଗର ଡାକ୍ତର ମାନେ ରୋଗୀଙ୍କୁ ଚିକିସôା କରିଥିଲେ ଏବଂ ସବୁ ରୋଗୀଙ୍କୁ ମେଡିକାଲ ପକ୍ଷରୁ ପୋଷଣ ଯୁକ୍ତ ଖାଦ୍ୟ ପୁଡିଆ ବଣ୍ଟନ କରାଯଇଥିଲା ।