ବ୍ଲକ ସ୍ତରୀୟ "ବେଟି ବଚାଓ ବେଟି ପଢାଅ' ସଚେତନତା କାର୍ଯ୍ୟକ୍ରମ
ରାଜକନିକା : ରାଜକନିକା ଶିଶୁବିକାଶ କାର୍ଯ୍ୟଳୟ ପକ୍ଷରୁ ବ୍ଲକ ସ୍ତରୀୟ "ବେଟି ବଚାଓ ବେଟି ପଢାଓ" ସଚେତନତା କାର୍ଯ୍ୟକ୍ରମ ଶିଶୁବିକାଶ ପ୍ରକଳ୍ପ ଅଧିକାରୀ ରଞ୍ଜୁରାଣୀ ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ବାଦଲ କୁମାର ମହାନ୍ତି ଓ ବିଆରସିସି କୈଳାଶ ଚନ୍ଦ୍ର ସାହୁ ଉପସ୍ଥିତ ରହି ଝିଅ ମାନଙ୍କର ପୁଅ ମାନଙ୍କ ପାରି ସମାନ ଅଧିକାର ଓ ଲିଙ୍ଗ ନିରୂପଣ ନକରିବାକୁ ସୂଚନା ଦେଇଥିଲେ । ସଂମ୍ମାନିତ ଅତିଥି ଭାବେ ଏସଏସ ନଜିଓର ସମ୍ପାଦକ ନିହାରଞ୍ଜନ ସ୍ୱାଇଁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବିଶ୍ୱଦୀପ ବଳିୟାରସିଂ,ମିଶନ ଶକ୍ତି ବ୍ଲକ ପୋଜେକ୍ଟ କୋଡିନେଟର ମୋନାଲିସା ନାୟକ,ମାନସ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।