ସ୍ଥାୟୀ ନିଯୁକ୍ତି ଦାବିରେ ଗାଁ ସାଥୀଙ୍କ ଗଣଧାରଣା
କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଗାଁ ସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ଥାୟୀ ନିଯୁକ୍ତି ଓ ମାସିକ ପ୍ରୋସôାହନ ରାଶି ପ୍ରାପ୍ତି ଦାବିରେ ଜିଲ୍ଲା କାର୍ଯ୍ୟାଳୟ ଆଗରେ ଜିଲ୍ଲା ସଭାପତି ଅରୁଣ କୁମାର ଜେନାଙ୍କ ନେତୃତ୍ୱରେ ଗଣଧାରଣା ଦିଆଯାଇଛି । ଜିଲ୍ଲାର ୯ଟି ବ୍ଲକରୁ ଆସିଥିବା ଗାଁ ସାଥୀମାନେ ସେମାନଙ୍କର ଆବଶ୍ୟକ ବୟସ କୋହଳ ସହିତ +୨ ଉପରକୁ ଶିକ୍ଷାଧାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ +୨ ତଳକୁ ଆଶାୟୀ ଗାଁ ସାଥୀ (ମେଟ୍)ଙ୍କୁ ସର୍ବନିମ୍ନ ମାସିକ ୧୨ ହଜାର ଟଙ୍କାରୁ ଉଦ୍ଧ୍ୱର୍ ପ୍ରୋସôାହନ ରାଶି ପ୍ରଦାନ କରିବା ଦାବିରେ ଗଣଧାରଣା ଦେଇଥିଲେ । ଏଥି ସହିତ ଜିଲ୍ଲାର ଗାଁ ସାଥୀ ମେଟ୍ ମାନଙ୍କର ଇଲିଗାଲ ମେଟକୁ ହଟାଇବା, ଏନ୍ଏମ୍ଏମ୍ଏସ୍ ରଦ୍ଦ, ମନରେଗାର ଲାଇନ ଡିପାଟମେଣ୍ଟ କାର୍ଯ୍ୟରେ ଲିଗାଲ ଗାଁ ସାଥୀ ମେଟମାନଙ୍କୁ ପ୍ରାପ୍ୟ ସହିତ ମୁତୟନ ଇତ୍ୟାଦି ଦାବି ବାବଦରେ କିମ୍ବା ପ୍ରଶାସନ ସହିତ ଆଲେଚନା କରାଯିବା ସହିତ ଲିଖିତ ଦାବି ମଧ୍ୟ ଦିଆଯାଇଥିଲା । ଦୀର୍ଘ ୧୭ ବର୍ଷ ହେଲା ଏମାନେ ପ୍ରାପ୍ୟ ନପାଇ କାର୍ଯ୍ୟ କରି ଆସୁଛନ୍ତି । ତେଣୁ ଏମାନଙ୍କୁ ଦରମା ପ୍ରଦାନ କରିବା ଦାବିରେ ଏମାନେ କେନ୍ଦ୍ରାପଡା ଜିଲ୍ଲପାଳ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।