ରାସ୍ତା ଶୋଚନୀୟ, ମରାମତି ଦାବି

 କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅଧିନସ୍ଥ ବଳରାମ ପୁର ଗ୍ରାମ ପଞ୍ଚାୟତ ଅଧୀନ ସବୁ ରାସ୍ତା ଖାଲ ଖାମରେ ଭର୍ତ୍ତି ହୋଇଛି । ବିଶେଷ କରି ଗଞ୍ଜାଘାଟ ଠାରୁ ଓଲଭାର୍ ବଜାରକୁ ଲାଗିଥିବା ଗଞ୍ଜା ବନ୍ଧର ସତଘରିଆ ଗ୍ରାମରୁ ଓଲାଭାର ବଜାର ପର୍ଯ୍ୟନ୍ତ ରାସ୍ତା ବିଧାୟକ ପାଣ୍ଠିରୁ ଦଶ ଲକ୍ଷ ଟଙ୍କା ବିନିମୟରେ ଫେବର୍ ଟାଇଲ ପକା ଯାଇଥିଲା । ମାତ୍ର ନିମ୍ନ ମାନର କାମ ହୋଇଥିବାରୁ ସେଠାରେ ଟାଇଲ ଉଠିଯାଇ କେତେକ ସ୍ଥାନରେ ଖାଲଖମାରେ ଭର୍ତ୍ତି ହୋଇଛି । ଏ ସମ୍ୱନ୍ଧରେ ବାରମ୍ବାର ଗଣ ମାଧ୍ୟମରେ ଖବର ପ୍ରସାରଣ ପରେ ମଧ୍ୟ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ନ ଶୁଣିବାରୁ ସମାଜସେବୀ ନଳିନୀ କାନ୍ତ ପୃଷ୍ଟି ଅତିରିକ୍ତ ଜିଲ୍ଲାପାଳ ନବକ୍ରୀଷ୍ଣ ଜେନାଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ କନିକା ବ୍ଲକର ଭାରପ୍ରାପ୍ତ ବିଡିଓ ଭାନୁମତୀ ମାଝୀଙ୍କୁ ତୁରନ୍ତ ଏହି ସ୍ଥାନ ମରାମତି ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ରାସ୍ତାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ଦେଖା ଯାଇଛି । ଓଳାଭର ଜିଲ୍ଲାର ଏକ ବ୍ୟସ୍ତ ବହୁଳ ବ୍ୟବସାୟିକ ପେଣ୍ଠ ଦୈନିକ ହଜାର ହଜାର ଲୋକ ଛାତ୍ରଛାତ୍ରୀ ଏହି ରାସ୍ତାରେ ଚଳପ୍ରଚଳ କରିଥାନ୍ତି । ଏବେ ପୂଜାପର୍ବାଣି ଆରମ୍ଭ ହେଉଥିବାରୁ ତୁରନ୍ତ ଏହି ରାସ୍ତା ଗୁଡିକୁ ମରାମତି କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।