ଗ୍ରୀଷ୍ମପ୍ରବାହ ମୁକାବିଲା ପ୍ରସ୍ତୁତି 

  ଚମ୍ପୁଆ : ଗ୍ରୀଷ୍ମ ପ୍ରବାହରେ ସଫଳ ମୁକାବିଲା ନିମନ୍ତେ ଆଜି ବ୍ଲକ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିଦେ୍ର୍ଦଶନାମା ଅନୁଯାୟୀ ଅଂଶୁଘାତର ମୁକାବିଲା କରିବା ପାଇଁ ସମସ୍ତ ଅଧିକାରୀ ମାନେ ନିଜ ନିଜ ଭିତରେ ସମନ୍ୱୟ ରକ୍ଷାକରି ଅଂଶୁଘାତ ଜନିତ ମୃତୃ୍ୟକୁ ଶୁନରେ ସୀମିତ ରଖିବା ପାଇଁଁ କହିଥିଲେ । ଜଳକଷ୍ଟ ଦୁର କରିବା ପାଇଁ ଅଚଳ ନଳକୂପ ଗୁଡ଼ିକୁ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କରିବା, ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଜନସ୍ୱାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣ ବିଭାଗକୁ ନିଦେ୍ର୍ଦଶ ଦେଇଥିଲେ । ପଞ୍ଚାୟତ ଓ ଏନ୍ଏସି ତରଫରୁ ବସଷ୍ଟାଣ୍ଡ, ହାଟ, ଜନଗହଳି ପୂର୍ଣ୍ଣ ସ୍ଥାନମାନଙ୍କରେ ଜଳ ଛତ୍ର ଖୋଲିବା ପାଇଁ କହିଥିଲେ । ସେହିପରି ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖରାରେ  ବାହାରକୁ ନ ବାହାରିବା ଓ ଶ୍ରମିକମାନେ କାର୍ଯ୍ୟରୁ ନିବୃତ ରହିବାକୁ ପରାମର୍ଶ ଦିଆଯାଇଥିଲା । ଡ଼ାକ୍ତରଖାନା ମାନଙ୍କରେ ଜୀବନ ରକ୍ଷାକାରୀ ଔଷଧ, ପ୍ରଚୁର ପରିମାଣରେ ଓଆରଏସ ଏବଂ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ କୁହାଯାଇଛି  । ଆଜିର ଏ ବୈଠକରେ ସ୍ଥାନୀୟ ବିଡ଼ିଓ ସ୍ମୃତି ରଞ୍ଜନ ସାହୁ, ତହସିଲଦାର ସୁଜିତ ମାର୍କେ, ବ୍ଲକ ଉପାଧ୍ୟକ୍ଷ, ପୋଲିସ, ଜନସ୍ୱାସ୍ଥ୍ୟ, ଅଗ୍ନିଶମ, ସ୍ୱାସ୍ଥ୍ୟ ବିଭାଗ, ଜିପିଓ, ଏପିଓ, ସମସ୍ତ ସରପଞ୍ଚ, ସମିତି ସଭ୍ୟ ଆଦି ଉପସ୍ଥିତ ଥିଲେ ।