ସ୍ଥାୟୀ ନିଯୁକ୍ତି ଓ ମାସିକ ପ୍ରୋସହନ ରାଶି ପ୍ରଦାନ ଦାବି ଗାଁସାଥିଙ୍କ ଗଣଧାରଣା  

  ଭଦ୍ରକ : ଗାଁସାଥି (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶର ସଭାପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ଆହ୍ୱାନ କ୍ରମେ ସଂଘର ଭଦ୍ରକ ଜିଲ୍ଲା ସଂଯୋଜକ ପ୍ରମୋଦ କୁମାର ସାମଲ ଓ ଆବାହକ ରବିନ୍ଦ୍ର ସାହୁଙ୍କ ନେତୃତ୍ୱରେ ଜିଲ୍ଲାର ଥିବା ସମସ୍ତ ନ୍ୟାୟ ଆଶାୟୀ ଲିଗାଲ୍ ଗାଁସାଥି(ମେଟ୍)ଙ୍କୁ ସର୍ବନିମ୍ନ ମାସିକ ୧୨ ହଜାର ଟଙ୍କାରୁ ଊଦ୍ଧ୍ୱର୍ ପ୍ରୋସôାହନ ରାଶି ପ୍ରଦାନ ଦାବିରେ ଓ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ସମେତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ୧୧ ଜଣ ଅଧିକାରୀ, ପଦାଧିକାରୀ ଓ ସାମ୍ବିଧାନିକ ମୁଖ୍ୟମାନଙ୍କୁ ଆଜି ସ୍ମାରକପତ୍ର ପ୍ରଦାନ କରାଯାଇଛି । ଉକ୍ତ ଜିଲ୍ଲାର ସମସ୍ତ ପଂଚାୟତ, ବ୍ଲକରୁ ଆସିଥିବା ଗାଁସାଥି(ମେଟ୍) ମାନେ ମିଶି ପ୍ରାୟ ଓ ହଜାରରୁ ଉଦ୍ଧ୍ୱର୍ ସଂଖ୍ୟା ଆୟୋଜିତ ଗଣଧାରଣାରେ ସରକାରଙ୍କୁ ଦାବି ଜଣାଇଥିଲେ । ଏଥିସହିତ ଉକ୍ତ ଜିଲ୍ଲାର ଗାଁସାଥି(ମେଟ୍) ମାନଙ୍କର ଜିଲ୍ଲା ଦାବି ଯଥା-ଇଲିଗାଲ୍ ମେଟ୍ଙ୍କୁ ହଟାଇବା, ଇଲିଗାଲ୍ ଏନ୍.ଏମ୍.ଏମ୍.ଏସ୍. ରଦ୍ଦ, ମନରେଗାର ଲାଇନ୍ ଡିପାର୍ଟମେଣ୍ଟ କାର୍ଯ୍ୟରେ ଲିଗାଲ୍ ଗାଁସାଥି(ମେଟ୍) ମାନଙ୍କୁ ପ୍ରାପ୍ୟ ସହିତ ମୁତୟନ ଇତ୍ୟାଦି ଦାବି ବାବଦରେ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରାଯିବା ସହିତ ଲିଖିତ ଦାବି ମଧ୍ୟ ଦିଆଯାଇଥିଲା । 
ଏଠାରେ ସୂଚନାଯୋଗ୍ୟ ଏହି ଯେ, ଓଡ଼ିଶାର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମହୋଦୟ ପୂର୍ବ ସରକାରରେ ବିରୋଧି ଦଳର ମୁଖ୍ୟ ସଚେତକ ଥିବାବେଳେ ବିଧାନସଭା ଭିତରେ ଓ ଗଣମାଧ୍ୟମ ଆଗରେ ଗାଁସାଥି(ମେଟ୍) ମାନଙ୍କ ମାସିକ ପ୍ରୋସôାହନ ରାଶି ୨୦ ହଜାରରୁ ଉଦ୍ଧ୍ୱର୍ ପ୍ରଦାନ ପାଇଁ ଦୃଢଦାବି ଉପସ୍ଥାପନ କରିଥିଲେ, ତାହାକୁ ପୂରଣ କରିବାର ସମୟ ଆସିଛି । ଠିକ୍ ସେହିପରି ବିଜେପି ଇସ୍ତାହାରରେ ଗାଁସାଥୀଙ୍କ ପ୍ରସଙ୍ଗ, ୨୦୧୬ରେ ମାନନୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଜୀଙ୍କ ଗାଁସାଥୀ(ମେଟ୍)ଙ୍କ ମାସିକ ପ୍ରୋସôାହନର ଚିଠି ଏବଂ ଏମ୍.ଓ.ଆର.ଡି. ତରଫରୁ ଗାଁସାଥି(ମେଟ୍)ଙ୍କ ଦରମା ପ୍ରମୋସନ ଓ ପ୍ରୋସôାହନ ପାଇଁ ରାଜ୍ୟ ସରକାରଙ୍କୁ ଥିବା ଚିଠି, ଓ ଡ଼ିଶାରେ ବିଜେପି ସରକାର ଆସିବା ଆଗରୁ ଓ ଆସିବା ପରେ ବିଜେପି ରାଜ୍ୟ ସଭାପତିଙ୍କ ମୌଖିକ ପ୍ରତିଶ୍ରୁତି ଓ ଲିଖିତ ଚିଠିକୁ ଆଧାର କରି ଅବିଳମ୍ବେ ଆମ ଗାଁସାଥି(ମେଟ୍) ମାନଙ୍କର ଦରମା ଓ ପ୍ରୋସôାହନର ଦାବି ପୂରଣ କରାଯାଉ ବୋଲି ସଂଘ ରାଜ୍ୟ ସରକାରଙ୍କୁ ନିବେଦନ ଜଣାଉଛି । ସଂଘ ତରଫରୁ ପ୍ରସ୍ତୁତ କରାଯାଇଥିବା ବ୍ୟାନରରେ ଭାରତ ବର୍ଷର ଯଶ୍ୱସୀ ପ୍ରଧାନମନ୍ତ୍ରୀ ଓ ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଫଟୋଚିତ୍ର ରଖିବା ସହିତ ଧାରଣା ସ୍ଥଳରେ ଦୀପ ଜାଳି ୫ ଘଂଟିଆ ପ୍ରତୀକଧାରଣା ସଂଘ ତରଫରୁ ପ୍ରଦାନ କରାଯାଇଥିଲା । ସରକାର ଦେଇଥିବା ତାଙ୍କ ପ୍ରତିଶ୍ରୁତି ଖୁବଶୀଘ୍ର ରକ୍ଷା କରି ସଂଘର ଦାବି ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ କୁମାର ଯେନା, ମନୋଜ ପାଢୀ, ଅର୍ଜୁନ ମଣ୍ଡଳ, ହରେଶ ଖୁଂଟିଆ, ଅର୍ଜ୍ଜୁନ ମଣ୍ଡଳ, ଗୋପାଳ ଯେନା, ଉର୍ମିଳା ସେଠୀ, ଗୀତାଞ୍ଜଳି ପଣ୍ଡା  ଓ ଅନ୍ୟ ୧ ହଜାରରୁ ଊଦ୍ଧ୍ୱର୍ ଗାଁସାଥି(ମେଟ୍) ଗଣ ଉପସ୍ଥିତ ଥିଲେ ।