ଘରୋଇ ଚିକିତ୍ସା ବିରୋଧରେ ମୁହଁ ଖୋଲିଲେ ସମୂହ ସାମାଜିକ ସଂଗଠନ
ତିହିଡି : ଭଦ୍ରକ ଜିଲ୍ଲା ତିହିଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସର ତଥା ମେଡିକାଲ ·ଲୁଥିବା ବେଳେ ଜଣେ ନିର୍ଦ୍ଦିଷ୍ଟ ଡାକ୍ତର ଘରୋଇ ଚିକିତ୍ସା କରୁଛନ୍ତି । ରୋଗୀଙ୍କ ଠାରୁ ଫିସ୍ ନେବା ସହିତ ମେଡିସିନ୍ କିଣାରେ ଖର୍ଚ୍ଚାନ୍ତ କରୁଛନ୍ତି । ଏକ ପରିତ୍ୟକ୍ତ ଗୃହରେ ମଧ୍ୟ ଚିକିତ୍ସା ଚଳାଉଛନ୍ତି । ସରକାରୀ ସେବାକୁ ଖାତିର ନକରି ସଂପୃକ୍ତ ଡାକ୍ତର ଜଣକ ରୋଗୀ ସେବା ସହିତ ଭଦ୍ରକ ଘରୋଇ ମେଡିକାଲରେ ଭର୍ତ୍ତି ହେବାପାଇଁ ପରାମର୍ଶ ଦେଉଛନ୍ତି । ବହୁ ଗରିବ ଅସହାୟ ରୋଗୀ ନିଶୁଳ୍କ ସେବା ପାଇବାରୁ ବଞ୍ଚôତ ହେଉଛନ୍ତି । ଯାହାଦ୍ୱାରା ଗରିବ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ହେଉଛି । ଯାହାକୁ ନେଇ ତିହିଡି ବ୍ଲକର ସମୂହ ସାମାଜିକ ସଂଗଠନ ଆଜି ଏକତ୍ରିତ ହୋଇ ମେଡିକାଲ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ସହିତ ଏପରି ଘୃଣ୍ୟ ପ୍ରଥାକୁ ବନ୍ଦ କରିବା ସହିତ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ ଆଇନ୍ଗତ ପଦକ୍ଷେପ ଗ୍ରହଣ କରିବା ଲାଗି ଦାବି କରିଛନ୍ତି । ଏହାର ସ୍ଥାୟୀ ସମାଧାନ କରାନଗଲେ ଆଗାମି ଦିନରେ ଏକ ଜନ ଆନେ୍ଦାଳନ ସୃଷ୍ଟି କରାଯିବ ବୋଲି ଚେତାବନି ଦିଆଯାଇଛି । ଖଗେଶ୍ୱର ତ୍ରିପାଠୀ, ରାଜୀବ କୁମାର ନାୟକ, ଜ୍ୟେତିମୟ ପାଣ୍ଡବ, କୃପାସିନ୍ଧୁ ଦାସ, ଅନିଲ ନାୟକ, ବିସ୍ମୟ ବିହାରୀ ସାହୁ, ରମେଶ ଚନ୍ଦ୍ର ଦାସ, ଲୋକନାଥ ପରଡା ପ୍ରମୁଖ ସାମିଲ ହୋଇଥିଲ । ଏ ସମ୍ପର୍କରେ ମେଡିକାଲ ଅଧିକାରୀ ଶୁଭକାନ୍ତ ଓଝାଙ୍କୁ ପ·ରିବାରୁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।