ଲଗାଣ ବର୍ଷା, ଜନଜୀବନ ପ୍ରଭାବିତ
କେନ୍ଦୁଝର : ଲଘୁଚାପ ପ୍ରଭାବରେ ଗତକାଲି ଠାରୁ କେନ୍ଦୁଝର ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଫଳରେ ଜନଜୀବନ ପ୍ରଭାବିତ ହୋଇଛି । କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ରବିବାର ଦିନ ତମାମ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଝିପିଝିପି ଲାଗି ରହିଛି । ଲଗାଣ ବର୍ଷା ଯୋଗୁଁ କୁହୁଡିଆ ପାଗ ପାଇଁ ଗାଡିମୋଟର ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଥିଲା ।
ସୂଚନା ଅନୁସାରେ, କେନ୍ଦୁଝର ସଦର ବ୍ଲକ ଅଞ୍ଚଳରେ ୧୫.୨ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ବାଂଶପାଳ ବ୍ଲକରେ ୩୮.୨ ମିମି, ତେଲକୋଇ ବ୍ଲକରେ ୩୮.୪ ମିମି, ପାଟଣା ବ୍ଲକରେ ୨୩.୬ ମିମି, ସାହାରପଡା ବ୍ଲକରେ ୩୮.୫ ମିମି, ଘଟଗାଁ ବ୍ଲକରେ ୧୬.୪ ମିମି, ହରିଚନ୍ଦନପୁର ବ୍ଲକରେ ୧୮.୬ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ଆନନ୍ଦପୁର ବ୍ଲକରେ ୩୧.୮ ମିମି, ଘସିପୁରା ବ୍ଲକରେ ୩୫.୨ ମିମି, ହାଟଡିହିରେ ୧୦୫.୨ ମିମି, ଚମ୍ପୁଆ ବ୍ଲକରେ ୩୫.୧ ମିମି, ଯୋଡା ବ୍ଲକରେ ୫.୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ଝୁମ୍ପୁରା ବ୍ଲକରେ ୨୨.୨ ମିଲିମିଟର ବର୍ଷା ହୋଇଥିବା ଜଣାପଡିଛି ।