ଘରୋଇ ଶିକ୍ଷାନୁଷ୍ଠାନରେ ବିଟେକ୍ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା
ରାଜଧାନୀର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଜଣେ ବିଟେକ୍ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଉକ୍ତ ନେପାଳୀ ଛାତ୍ରୀଜଣକ ଆତ୍ମହତ୍ୟା କରିଥିବା କୁହାଯାଉଛି। ମୃତ୍ୟୁ ପରେ ଅନ୍ୟ ନେପାଳୀ ଛାତ୍ର ଉନ୍ମକ୍ତକାଣ୍ଡ ଭିଆଇଛନ୍ତି। ଏହାକୁ ନେଇ ବିଳମ୍ବିତ ରାତିରେ କ୍ୟାମ୍ପସ୍ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି। କିଛି ଛାତ୍ର କ୍ୟାମ୍ପସ ଭିତରେ ପଶି ଭଙ୍ଗାରୁଜା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜଧାନୀର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଜଣେ ବିଟେକ୍ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି।ନେପାଳୀ ଛାତ୍ରୀଙ୍କୁ ଅସଦାରଣ ପରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗରେ ଅନ୍ୟ ଛାତ୍ରମାନେ ନ୍ୟାୟ ଦାବିରେ ବିକ୍ଷୋଭ କରିଛନ୍ତି। ରାତି ସାରା କ୍ୟାମ୍ପସରେ ଉତ୍ତେଜନା ପରେ ଆଜି ଶାନ୍ତିପୂର୍ଣ୍ଣ ଧାରଣା ଦେବେ। ସେପଟେ ଅଭିଯୋଗ ପରେ ଅଭିଯୁକ୍ତ ଛାତ୍ରକୁ ଅଟକ ରଖି ଜେରା କରୁଛି ଇନଫୋସିଟି ଥାନା ପୁଲିସ। ତେଣେ ମୃତା ଛାତ୍ରୀଙ୍କ ପରିବାରକୁ ପୁଲିସ ଖବର ଦେଇଛି। ସେମାନେ ପହଞ୍ଚିବା ପରେ ଶବବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ରହିଛି।
ନେପାଳୀ ଛାତ୍ରୀଙ୍କୁ ଅସଦାରଣ ପରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗରେ ଅନ୍ୟ ଛାତ୍ରମାନେ ନ୍ୟାୟ ଦାବିରେ ବିକ୍ଷୋଭ କରିଛନ୍ତି। ରାତି ସାରା କ୍ୟାମ୍ପସରେ ଉତ୍ତେଜନା ପରେ ଆଜି ଶାନ୍ତିପୂର୍ଣ୍ଣ ଧାରଣା ଦେବେ। ସେପଟେ ଅଭିଯୋଗ ପରେ ଅଭିଯୁକ୍ତ ଛାତ୍ରକୁ ଅଟକ ରଖି ଜେରା କରୁଛି ଇନଫୋସିଟି ଥାନା ପୁଲିସ। ତେଣେ ମୃତା ଛାତ୍ରୀଙ୍କ ପରିବାରକୁ ପୁଲିସ ଖବର ଦେଇଛି। ସେମାନେ ପହଞ୍ଚିବା ପରେ ଶବବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ରହିଛି।