"ଘୁମୁରା'ରେ ଯୁବ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କଲା ବେଦାନ୍ତ
ଲାଞ୍ଜିଗଡ଼/ଭୁବନେଶ୍ୱର : ବେଦାନ୍ତ ଆଲୁମିନିୟମର ଭାରତର ଅଗ୍ରଣୀ ସ୍ମେଲଟର ଗ୍ରେଡ୍ ଆଲୁମିନା ଉତ୍ପାଦନକାରୀ ତଥା ବେଦାନ୍ତ ଆଲୁମିନିୟମର ସହାୟକ ସଂସ୍ଥା ବେଦାନ୍ତ ଲିମିଟେଡ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ୯ଜଣ ଯୁବକଙ୍କୁ ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି । ବେଦାନ୍ତର ଆଲୁମିନା ବିଜନେସର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଜିଲ୍ଲାର ଯୁବ ପ୍ରତିଭାମାନଙ୍କୁ ସମ୍ମାନଜନକ ଜ୍ଞାନଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ । ବେଦାନ୍ତ ଆଲୁମିନିୟମ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ପୁରସ୍କାର ରାଜ୍ୟ ବୋର୍ଡ ଟପର୍, ସିବିଏସ୍ଇ ବୋର୍ଡ ଟପର୍, ଆଇସିଏସ୍ଇ ବୋର୍ଡ ଟପର୍ଙ୍କ ସମେତ ବିଭିନ୍ନ ବର୍ଗରେ ଶ୍ରେଷ୍ଠତା ବୃଦ୍ଧି କରିବା ସହ ଟପର୍ମାନଙ୍କୁ ମାନ୍ୟତା ପ୍ରଦାନ କରିବ । କମ୍ପାନୀ ୯ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପାଠପଢ଼ାରେ ସାହାଯ୍ୟ କରିବା ପାଇଁ ଲାପଟପ୍ ମଧ୍ୟ ଉପହାର ଦେଇଥିଲା । ଏହାବ୍ୟତୀତ ବେଦାନ୍ତ ଆର୍ଚରୀ ଇନିସିଏଟିଭ୍ର ଯୁବ ତୀରନ୍ଦାଜମାନଙ୍କୁ ରାଜ୍ୟ ଓ ଜାତୀୟ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛି । ଏହି କ୍ରୀଡ଼ାବିତ୍ମାନେ ଏହି ଅଞ୍ଚଳର ପ୍ରଚୁର ସାମର୍ଥ୍ୟ ଏବଂ କ୍ରୀଡ଼ା ମାଧ୍ୟମରେ ଯୁବ ପିଢ଼ିଙ୍କୁ ପ୍ରୋସôାହିତ କରିବାରେ ବେଦାନ୍ତର ପ୍ରୟାସର ପ୍ରଭାବର ପ୍ରମାଣ ପାଲଟିଛନ୍ତି । ଆଲୁମିନା ବ୍ୟବସାୟର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି, ବେଦାନ୍ତର ଲାଞ୍ଜିଗଡ଼ ଅଭିଯାନରେ କଳାହାଣ୍ଡିର ଯୁବପିଢ଼ିଙ୍କ ପ୍ରତିଭା ଓ ସାମର୍ଥ୍ୟକୁ ପ୍ରୋସôାହିତ କରିବା ସହ ଏହି ଅଞ୍ଚଳର ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷିତ ରଖିବା ପାଇଁ ଆମେ ଦୃଢ ପ୍ରତିଶ୍ରୁତି ବଦ୍ଧ । ଜ୍ଞାନଶ୍ରୀ ପୁରସ୍କାର ଏବଂ ଆମର ତୀରନ୍ଦାଜି କାର୍ଯ୍ୟକ୍ରମ ଭଳି ପଦକ୍ଷେପର ଉଦେ୍ଦଶ୍ୟ ସମ୍ପ୍ରଦାୟକୁ ଉକôୃଷ୍ଟ କରିବା ପାଇଁ ସଶକ୍ତ କରିବା ।କଳାହାଣ୍ଡିର ଜୀବନ୍ତ ସଂସ୍କୃତିକୁ ପାଳନ କରିବା ପାଇଁ ଆୟୋଜିତ ବାର୍ଷିକ ଉସôବ ଘୁମୁରାରେ କଳା, ପରମ୍ପରା ଓ ଐତିହ୍ୟର ସମନ୍ୱୟ କରାଯାଇ ଏହି ଅଞ୍ଚଳର ସମୃଦ୍ଧ ପରମ୍ପରାକୁ ପ୍ରଦର୍ଶିତ କରାଯାଇଥିଲା । ଏହି ଅବସରରେ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଷ୍ଟଲ୍ କରାଯାଇଥିଲା । ଏହି ଷ୍ଟଲ୍ରେ ବିଜ୍ଞାନ, କଳା ଓ ପ୍ରଯୁକ୍ତି ବିଦ୍ୟାକୁ ଏକାଠି କରି କମ୍ପାନୀର ଉତ୍ପାଦନ ଉକôର୍ଷତାର ଏକ ଜୀବନ୍ତ ପ୍ରଦର୍ଶନ କରାଯାଇଥିଲା । "ଆଲୁମିନିୟମ୍ ଦୁନିଆ'କୁ ଅନୁଭବ କରିବା ପାଇଁ ରାଜ୍ୟର ବିଶିଷ୍ଟ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଶିଳ୍ପପତି, କର୍ମଜୀବୀ ବୃତ୍ତିଜୀବୀ, ଛାତ୍ରଛାତ୍ରୀ, ଗ୍ରାହକ, ବ୍ୟବସାୟୀ ଓ ସାଧାରଣ ଜନତାଙ୍କ ଭିଡ଼ ଜମିଥିଲା ।