ସମ୍ପତ୍ତି ପାଇଁ ବାପାକୁ ମାରିଲା ପୁଅ

ାା ପ୍ରଭାନୁ୍ୟଜ ।ା ବ୍ରହ୍ମପୁର : ନିଶାଗ୍ରସ୍ତ ବେକାର ପୁଅକୁ ଘାରିଲା ବାପାର ପେନସନ୍ ଟଙ୍କା । ମାତ୍ର ବୃଦ୍ଧ ବାପା ଏହାକୁ ବିରୋଧ କରିବାରୁ ପାଲଟିଗଲା ଶତ୍ରୁ । ଦିନେ ଯେଉଁ ବାପା ହାତ ଧରି ଚାଲିବା ଶିଖାଇଥିଲା, ତାକୁ ଅତି ନିର୍ମମ ଭାବେ ହତ୍ୟା କରିବାକୁ ପଛାଇଲା ନାହିଁ ପୁଅ । ବାପାର ଏଟିଏମ କାର୍ଡ ହାତେଇବାକୁ ପୁଅ ବାପା ମୁଣ୍ଡକୁ ପିଟିବା ସହ ବାପା ଉପରେ ଆଲମିରା ବି ପକାଇଦେଲା । ଏଥିରେ ପୁଅକୁ ସମ୍ପୂର୍ଣ୍ଣ ସହାୟତା ଯୋଗାଇଥିଲା ତାର କିନ୍ନର ପ୍ରେମିକା । ସମ୍ପତ୍ତି ଲୋଭରେ ନିଜ ବୃଦ୍ଧ ବାପାର ଜୀବନ ନେଇଥିବା ପୁଅ ସମେତ ତା’ କିନ୍ନର ପ୍ରେମିକାକୁ ବାନ୍ଧିଛି ପୁଲିସ୍ । ଏପରି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅଯୋଧ୍ୟା ନଗରରେ ଘଟିଛି । ମୃତକ ହେଲେ ରାଜସ୍ୱ ବିଭାଗର ଅବସରପ୍ରାପ୍ତ କିରାଣି ୭୪ ବର୍ଷୀୟ ଗରିବବନ୍ଧୁ ପଣ୍ଡା । ଗରିବବନ୍ଧୁଙ୍କ ହତ୍ୟା ଘଟଣାରେ ପୁଲିସ୍ ତାଙ୍କ ପୁଅ ସନ୍ଦୀପ ପଣ୍ଡା ଓ ତାଙ୍କ କିନ୍ନର ପ୍ରେମିକା ଶ୍ରୀୟାଙ୍କୁ ବାନ୍ଧିଛି ।
ଗରିବବନ୍ଧୁ ଅଯୋଧ୍ୟା ନଗର ତୃତୀୟ ଲାଇନରେ ନିଜ ଘରେ ରହୁଥିଲେ । ଗରିବବନ୍ଧୁଙ୍କ ପନôୀଙ୍କର ବହୁ ବର୍ଷ ପୂର୍ବେ ମୃତୁ୍ୟ ହୋଇ ସାରିଥିବା ବେଳେ ତାଙ୍କ ଝିଅ ଆମେରିକାରେ ରୁହେ । ଗୋଟିଏ ବୋଲି ପୁଅ ସନ୍ଦୀପ ପଣ୍ଡା ଡିପ୍ଲୋମା ପଢି ମୁମ୍ବାଇରେ ଚାକିରି କରୁଥିଲା । ସନ୍ଦୀପ ପୂର୍ବରୁ ବିବାହିତ ଥିବା ବେଳେ ପନôୀ ୨ ବର୍ଷ ପୂର୍ବେ ତାଙ୍କୁ ଛାଡି ଚାଲି ଯାଇଛନ୍ତି । ମୁମ୍ବାଇରେ ଥିବା ବେଳେ ସନ୍ଦୀପ ଶ୍ରୀୟାଙ୍କ ସଂସ୍ପର୍ଶରେ ଆସିଥିଲେ । ଶ୍ରୀୟା ଜଣେ କିନ୍ନର । ତାଙ୍କର ପ୍ରକୃତ ନାମ ପ୍ରବୀଣ କୁମାର ଶର୍ମା ଓ ତାଙ୍କ ଘର ମହାରାଷ୍ଟ୍ରର ଥାନେ ଜିଲ୍ଲାର କାଲପ୍ପା ଥାନା ଅନ୍ତର୍ଗତ ଶିବାଜୀନଗର ଅଞ୍ଚଳରେ । ଉଭୟ ସନ୍ଦୀପ ଓ ଶ୍ରୀୟା ତିନି ମାସ ହେଲା ମୁମ୍ବାଇରୁ ଆସି ଗରିବବନ୍ଧୁଙ୍କୁ ପାଖରେ ରହୁଥିଲେ । ସେମାନେ ତାଙ୍କ ପେନସନ୍ ଟଙ୍କା ହଡପ୍କରିବା ସହ ଅନେକ ସମୟରେ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମଧ୍ୟ ମାରୁଥିଲେ । ବୈଦ୍ୟନାଥପୁର ଥାନା ଏସଡିପିଓଙ୍କ ସୂଚନା ଅନୁଯାୟୀ, ଗରୀବବନ୍ଧୁ ୨୯ ହଜାର ଟଙ୍କା ପେନସନ ପାଉଥିଲେ । ଏହାକୁ ତାଙ୍କ ପୁଅ ସନ୍ଦୀପ ଓ ତାଙ୍କ ବାନ୍ଧବୀ ଶ୍ରୀୟା ହଡପ କରିବାକୁ ଚାହୁଁଥିଲେ । ଉଭୟ କିଛି କରୁ ନ ଥିବା ବେଳେ ସବୁବେଳେ ନିଶାସକ୍ତ ରହୁଥିଲେ । ତେଣୁ ସେମାନେ ଗରିବବନ୍ଧୁଙ୍କ ଏଟିଏମ କାର୍ଡ ହଡପ କରିବାକୁ ଚେଷ୍ଟା କରୁଥିଲେ । ମାତ୍ର ଗରୀବବନ୍ଧୁ ଏହାକୁ ବିରୋଧ କରିବାରୁ ସେମାନଙ୍କ ମଧ୍ୟରେ ସବୁବେଳେ ଝଗଡା ଲାଗି ରହୁଥିଲେ । ଗତ ୧୪ ତାରିଖ ରାତିରେ ଘଟଣା ଉଗ୍ର ରୂପ ଧାରଣ କଲା । ଉଭୟ ପକ୍ଷଙ୍କ ମଧ୍ୟରେ ପାଟିଗୋଳ ହେବାରୁ ସନ୍ଦୀପ ଓ ଶ୍ରୀୟା ଗରୀବବନ୍ଧୁଙ୍କ ମୁଣ୍ଡକୁ ପ୍ରଥମେ କାନ୍ଥରେ ପିଟି ଦେଇଥିଲେ । ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେଉଥିବା ବେଳେ ଏତିକିରେ ଉଭୟଙ୍କ ମନ ଶାନ୍ତି ହୋଇ ନ ଥିଲା । ଫଳରେ ଘରେ ଥିବା ଆଲମାରିଙ୍କୁ ଗରିବବନ୍ଧୁଙ୍କ ଉପରେ ପକାଇ ଦେଇଥିଲେ । ଫଳରେ ତାଙ୍କ ପଞ୍ଜରା ହାଡ ଭାଙ୍ଗି ଯାଇଥିଲା । ଏହାପରେ ମଧ୍ୟ ତତ୍କ୍ଷଣାତ ସେମାନେ ତାଙ୍କୁ ମେଡିକାଲ ନେଇ ନ ଥିଲେ । ୧୫ ତାରିଖ ଦିନ ଯାକ ଉଭୟ ତାଙ୍କୁ ଘରେ ରଖିଥିଲେ । କିଛି ଖାଇବାକୁ ଦେଇ ନ ଥିଲେ କି ଚିକିସôା ସୁବିଧା ଯୋଗାଇ ଦେଇ ନ ଥିଲେ । ଏହାପରେ ୧୬ ତାରିଖ ସକାଳେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ । ଏନେଇ ମେଡିକାଲ ପକ୍ଷରୁ ବୈଦ୍ୟନାଥପୁର ପୁଲିସକୁ ସୂଚନା ଦେବା ପରେ ସନ୍ଦୀପ ଓ ଶ୍ରୀୟାଙ୍କୁ ପଚରାଉଚରା କରିବାରୁ ସେମାନେ ସବୁ ସତ କଥା ମାନିବା ସହ ନିଜ ଦୋଷ ସ୍ୱୀକାର କରିଥିଲେ । ଏହି ଘଟଣାରେ ପୁଲିସ୍ ହତ୍ୟା ମାମଲା ରୁଜୁ କରି ଉଭୟଙ୍କୁ ବାନ୍ଧି କୋର୍ଟଚାଲାଣ କରିଛି ।