ଚୋରକୁ ଧରିଲେ ଗ୍ରାମବାସୀ
ଧର୍ମଶାଳା : ଧର୍ମଶାଳା ଥାନା ଅନ୍ତର୍ଗତ କାଏମା ଅଂଚଳରୁ ରାତିରେ ଗୋଚାଲାଣ ଉଦେ୍ଦଶ୍ୟରେ ଏକ ପିକ ଅପ ଭ୍ୟାନରେ ଗୋରୁ ଲୋଡ କରାଯାଉଥିବା ସମୟରେ ଗ୍ରାମବାସୀମାନେ ଧରିନେଇ ଥିଲେ । ସୂଚନା ମୁତାବକ ଗତ ବୁଧବାର ରାତିରେ କାଏମା ଅରଖପଦା ଗ୍ରାମରୁ ଏକ ଗାଇ ଚୋରି ହୋଇଥିବା ଥାନା ରେ ଅଭିଯୋଗ ହୋଇଥିଲା । ଏହି ଘଟଣା ଉପରେ ପୁଲିସ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ପାରି ନାହିଁ । ତେବେ ଗତ କାଲି ବିଳମ୍ୱିତ ରାତିରେ କିଛି ଯୁବକ କାଏମା ସ୍କୁଲ୍ ପଡ଼ିଆ ନିକଟରେ ଏକ ପିକପ୍ ଭ୍ୟାନରେ ଗୋରୁ ଲୋଡ କରୁଥିବା ଦେଖି ସ୍ଥାନୀୟ ଲୋକେ ଗଡିକୁ ଅଟକାଇଥିଲେ । କେତେକ ଯୁବକ ଘଟଣା ସ୍ଥଳରୁ ଖସି ଯାଇଥିବା ବେଳେ ଗ୍ରାମବାସୀମାନେ ଜଣକୁ କାବୁ କରିଥିଲେ । ସେ ଏହି ଅଂଚଳରୁ ଦୁଇ ଶହରୁ ଉର୍ଦ୍ଧ୍ୱ ଗାଇ ଚୋରି କରି ନେଇ ଧର୍ମଶାଳା ଥାନା ନେଉଲପୁର ଅଂଚଳରେ ବିକ୍ରି କରୁଥିବା ଏବଂ ଏହି ଘଟଣାରେ କାଏମା ଅଂଚଳର କିଛି ଯୁବକ ସମୃକ୍ତ ରହିଥିବା ସେ ସେ ସୂଚନା ଦେଇଥିଲା । ପରେ ଗ୍ରାମବାସୀ ଉକ୍ତ ଯୁବକ କୁ ଧରି ପୁଲିସ ଜିମା ଦେଇଥିଲେ । ଧର୍ମଶାଳା ପୁଲିସ ଉକ୍ତ ଯୁବକକୁ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି ।