ଚୋରା ମଦ କାରବାର ବୃଦ୍ଧି

 ବନ୍ତ, : ବନ୍ତ ବ୍ଲକ୍ ଅନ୍ତର୍ଗତ ଗଣିଜାଙ୍ଗ, ଛୟାଳସିଂ, ରାମକୃଷ୍ଣପୁର, ରାମପୁର, ଓଡଙ୍ଗ ପଞ୍ଚାୟତ ସମେତ ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ଚୋରା ମଦ କାରବାର ବୃଦ୍ଧି ପାଇଛି । ଗଣିଜାଙ୍ଗ ବଜାର, ସ୍କୁଲନିକଟ ରାଜ୍ୟରାଜପଥ ପାର୍ଶ୍ୱ, କନ୍ତିଆ ଜେନା ସାହି, ମଳିକସାହି ଛକ, ବିନାୟକପୁର ପୋଲ, ଦାସ ସାହି ନିକଟସ୍ଥ ଆଦିବାସୀ ସାହି,ତୁଣ୍ଡା ବଜାର, ତରଡ଼ିପାଳକେନାଲଛକସମେତବିଭିନ୍ନ ଗ୍ରାମର ଗଳିରେ ଦୁଇ ନମ୍ବରୀ ମଦର ଆସାର ଜମିଛି । ଏହି ରାସ୍ତା ଦେଇ ଲୋକେ ଯିବାଆସିବା କଷ୍ଟକର ହୋଇପଡିଛି । ବିଶେଷକରି ରାଜନୀତିରେ ସକ୍ରିୟ ଥିବା ଯୁବନେତା ସାଜିଛନ୍ତି ମଦମାଫିଆ । ଏହି ପରି ବ୍ଲକର ବିଭିନ୍ନ ପଞ୍ଚାୟତରେ ମଦ, ଗଞ୍ଜେଇ, ଧଳା ଜହର ସ୍ତ୍ରୀ, ପୁରୁଷ ଓ ଝିଅମାନେ ବିକ୍ରି କରୁଥିବା ବେଳେ, ଏହା କେଉଁଠୁ ଆସୁଛି ସାଧାରଣରେ ପ୍ରଶ୍ନ ଉଠୁଛି । ସାଧାରଣ ଲୋକେ ଏହି ଚୋରା ମଦ ବେପାରୀ ପାଇଁ ରାସ୍ତାଦେଇ ଯିବା ଆସିବା କଷ୍ଟକର ହୋଇପଡିଛି । ବିଭିନ୍ନ ପଞ୍ଚାୟତର ଗାଁ ଗହଳିରେ ଚୋରା ମଦ ନେତାଙ୍କ ଛତ୍ର ଛାୟା ତଳେ ବିକ୍ରି ହେଉଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଭଦ୍ରକ ଅବକାରୀ ବିଭାଗ ଓ ଭଦ୍ରକ ଗ୍ରାମାଂଚଳ ଥାନା, ବନ୍ତ ଥାନା, ଆଗରପଡ଼ା  ଥାନା, କେନ୍ଦୁଆପଦା ଫାଣ୍ଡି ସବୁ ଜାଣି ଚୁପ୍ ଚୁପ୍ ରହୁଛି । ଏହି ମଦ ବ୍ୟବସାୟ ଯେ ଯୋଗୁଁ ବିଭିନ୍ନ ଆଇନ୍ଶୃଙ୍ଖଳା ବ୍ୟାହତ ହେବାରେ ଲାଗିଛି । ବନ୍ତ ବ୍ଲକରେ ବିଭିନ୍ନ ସ୍ଥାନରେ ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ଥିବାରୁ ସେହି ସ୍ଥାନରେ ଫାଷ୍ଟଫୁଡ୍, ଦୋକାନ ଯୋଗୁଁ ସେଠାରେ ଜନଗହଳି ଲାଗି ରହୁଛି । ଏପରିକି କିଛି ମଦ ବେପାରୀ ବାଇକ୍ରେ ମଦ ବୋତଲ୍ ଧରି ପୋଖରୀ ତୁଠ, ସ୍କୁଲ ବାରଣ୍ଡା, ନଦୀକୂଳ, ଗ୍ରାମପଡ଼ିଆ, ଖାଲି ଜାଗା ଓ ଯାତ୍ରୀ ବିଶ୍ରାମଗାରରେ ମଦ ବିକ୍ରି କରୁଥିବା ଦେଖିବାକୁ ମିଳୁଛି । ପୂର୍ବରୁ ବହୁବାର ବୁଦ୍ଧିଜୀବୀ, ନାରୀନେତ୍ରୀ ଥାନା, ଅବକାରୀ ବିଭାଗରେ ଅଭିଯୋଗ ହୋଇଛି । ଡିଆସି ଭ୍ରମଣକରିଚା ଲିଯିବା ସ ।ର ।ଏପ ରିକି ଏହି ଚୋରାମଦ ବେପାରୀର ଅକ୍ରୁଶର ଶିକାର ହେବା ସହିତ ଧମକ ମଧ୍ୟ ମିଳିଛି । ଏହି ପୋଲିସ ବିଭାଗରେ ଆମର ସମ୍ପକୀୟ ଅଛନ୍ତି ମାସିକିୟା ବଟି ଦିଆଯାଉଛି । ଆମର କିଛିହେବନାହିଁ ଆମକୁ ମଧ୍ୟକେହି ଧରିପାରିବେ ନାହିଁ ବୋଲି ଚୋରା ମଦବେପାରୀ କହୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏଥି ପ୍ରତି ଭଦ୍ରକ ଏସ୍ପି ସୂତନ୍ତ୍ର ଟିମ୍ ଗଠନ କରି ଏହି ଚୋରା କାରବାରକୁ ସଂପୂର୍ଣ୍ଣ ବନ୍ଦ ପାଇଁ  ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି । ନହେଲେ ଆଗାମୀ ଦିନରେ ଜନ ଆନେ୍ଦାଳନ ତୀବ୍ରତର ହେବ ।