ଅଗ୍ନି ସେବା ସପ୍ତାହ
ପାରାଦୀପ: ୧୯୪୪ ମସିହା ଏପ୍ରିଲ୍ ୧୪ ତାରିଖରେ ବମ୍ବେ ଡକ ବିସ୍ଫୋରଣ ଘଟଣାରେ ମୃତ ଅଗ୍ନିଶମ କର୍ମଚାରୀ ଓ ଅଧିକାରୀଙ୍କ ଉଦେ୍ଦଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଉଦେ୍ଦଶ୍ୟରେ ପ୍ରତିବର୍ଷ ଏପ୍ରିଲ ୧୪ ତାରିଖରେ ଜାତୀୟ ଅଗ୍ନି ସେବା ଦିବସ ପାଳିତ ହୋଇଆସୁଛି । ଏହି ଦିବସ ପାଳନ ପରିପ୍ରେକ୍ଷୀରେ ବନ୍ଦର ଅଧ୍ୟକ୍ଷଙ୍କ ନିଦେ୍ର୍ଦଶ କ୍ରମେ ଏପ୍ରିଲ୍ ୨ରୁ ୨୦ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ଅଗ୍ନି ସୁରକ୍ଷା ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଏହି ଅବସରରେ ବନ୍ଦର ସିଆଇଏସଏଫ ମୁଖ୍ୟ ଅଗ୍ନିଶମ କେନ୍ଦ୍ର ପରିସରରେ ସୋମବାର ଦିନ ଆୟୋଜିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ବନ୍ଦର ଅଧ୍ୟକ୍ଷ ପିଏଲ ହରନାଦ ମୁଖ୍ୟଅତିଥି ଭାବେ ଯୋଗଦେଇ ବନ୍ଦର କର୍ମଚାରୀ ଓ ବନ୍ଦର ବ୍ୟବହାରକାରୀଙ୍କ ମଧ୍ୟରେ ଅଗ୍ନି ସୁରକ୍ଷା ସଚେତନତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିବା ସହ ଦେଶର ୧୧୪ ଅଗ୍ନିଶମ କେନ୍ଦ୍ର ମଧ୍ୟରେ ପାରାଦୀପ ସିଆଇଏସଏଫ ଅଗ୍ନିଶମ ବିଭାଗ ଦ୍ୱିତୀୟ ସର୍ବଶ୍ରେଷ୍ଠ ଅଗ୍ନିଶମ କେନ୍ଦ୍ର ଭାବେ ପୁରସ୍କୃତ ହେବାକୁ ନେଇ ବନ୍ଦରାଧ୍ୟକ୍ଷ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ସିଆଇଏସଏଫ କମାଣ୍ଡାଣ୍ଟ ସନତ କୁମାର ପଟେଲ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଆକାଶ ଜଏସୱାଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଗ୍ନିଶମ ବିଭାଗର କମ୍ପାନୀ କମାଣ୍ଡର ଇନ୍ସପେକ୍ଟର ଅମରେଶ କୁମାର ପରିଚାଳନା କରିଥିଲେ ।