ଷୋଳମପୁର ଯାଦବ ସମିତିର ବାର୍ଷିକ ଦୋଳ ମହୋସବ

 ଭଣ୍ଡାରିପୋଖରୀ : ଏହି ବ୍ଲକ ଅଧିନ ଷୋଳମପୁର  ଯାଦବ ସମିତିର ୫୧ ତମ ବାର୍ଷିକ ଦୋଳ ମହୋସôବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦୋଳ ଗୋବିନ୍ଦ ମୃଣ୍ମୟ ମୂର୍ତ୍ତିକୁ ବିଧିମତେ ପୂଜାର୍ଚ୍ଚନା କରାଯିବା ସହିତ ପରସ୍ପର ମଧ୍ୟରେ ରଙ୍ଗ ଅବିର ଲଗାଲଗି ହୋଇ ଲଉଡ଼ିଖେଳା ଯାଇଥିଲା । ଏଥି ସହିତ ଶଙ୍ଖ ବାଦନ, ହାଣ୍ଡି ଫଟା, ହୁଳହୁଳି, ମହମବତୀ ପ୍ରଜ୍ୱଳନ, ବେଲୁନ ଫଟା, ଦଉଡ଼ି ଡିଆଁ, ସଙ୍ଗୀତ, ନୃତ୍ୟ, ଅଭିନୟ ଆଦି ପ୍ରତିଯୋଗିତା କରାଯାଇଥିଲା । ଏଥିନେଇ ଅନୂଷ୍ଠିତ ସଭାରେ ମୁଖ୍ୟଅତିଥି ଶିକ୍ଷାବିତ ବିଶ୍ୱମ୍ବର ରାଉତ, ପୂଜକ ପରୀକ୍ଷିତ ପଣ୍ଡା, ସମ୍ପାଦକ ଘନଶ୍ୟାମ ପଲାଇ, ସଭାପତି ରବୀନ୍ଦ୍ର ଦାସ, ଉପଦେଷ୍ଟା ନଟବର ଖଟୁଆ, ସଂଯୋଜକ ନରେନ୍ଦ୍ର ନାୟକ, ସୁମନ୍ତ ଦାସ, ବାସୁଦେବ ନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସମିତିର ଉଚ୍ଚ ପ୍ରଶଂସା କରିବା ସହିତ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଦେବେନ୍ଦ୍ର ପଲାଇ, ଗଦାଧର ଖଟୁଆ, ରଘୁନାଥ ଦାସ, ମଧୁସୂଦନ ନାୟକ, ବଂଶୀଧର ଖଟୁଆ, ବିଦ୍ୟାଧର ଖଟୁଆ, ରଞ୍ଜନ ଦାସ, ଅମ୍ରିତ ନାୟକ, ଶିବ ପ୍ରସାଦ ପଲାଇ, ସମ୍ବିତ ନାୟକ, ଜିତେନ୍ଦ୍ର ନାୟକ, କାଳନ୍ଦୀ ଦାସ, ପ୍ରକାଶ ଘଡ଼ାଇ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।