ଖୋଲିଲା ଧାନମଣ୍ଡି
ବଡ଼ସାହି : ଚଳିତ ରବି ଋତୁର ଧାନ କ୍ରୟ ନିମନ୍ତେ ସ୍ଥାନୀୟ ବଡ଼ସାହି ଲ୍ୟାମ୍ପସରେ ଖୋଲିଲା ମଣ୍ଡି । ଏହାକୁ ଲ୍ୟାମ୍ପସ୍ ପରିଚାଳନା ପରିଷଦର ସଭାପତି ଲକ୍ଷ୍ମୀ ସିଂ ଉଦ୍ଘାଟନ କରିଥିଲେ । ଏମଡି ରାଜକିଶୋର ଲେଙ୍କାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବେତନଟୀ ଆର୍ଏମସି କର୍ମଚାରୀ, ସମିତିର ନିର୍ବାଚିତ ନିଦେ୍ର୍ଦଶକ ସତ୍ୟବ୍ରତ ସାହୁ, ଲକ୍ଷ୍ମୀଧର ସିଂ, ସୁରଥ ଦାସଙ୍କ ସମେତ ଅନ୍ୟମାନେ ଏବଂ ଚାଷୀମାନେ ଉପସ୍ଥିତ ଥିଲେ । ରବିଧାନ ବିକ୍ରୟ ପାଇଁ ୧୪୧ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି । ସେମାନଙ୍କଠାରୁ ପ୍ରାୟ ୬ ହଜାର କ୍ୱିଣ୍ଟାଲ ଧାନ କିଣିବାର ଲକ୍ଷ୍ୟ ଧାର୍ଯ୍ୟ ରହିଥିବା ଲ୍ୟାମ୍ପସ ସୂତ୍ରରୁ ଜଣାଯାଇଛି । ଆଜିର ପ୍ରଥମ ତଥା ଉଦ୍ଘାଟନୀ ଦିନରେ ପଞ୍ଜିକୃତ ୩ଜଣ ଚାଷୀଙ୍କ ଠାରୁ ମୋଟ ୧୪୧ କ୍ୱିଣ୍ଟାଲ ଧାନ କିଣାଯାଇଛି ।