ଶୋଭନେଶ୍ୱର ମନ୍ଦିର ଉନ୍ନତି ନେଇ ବିଧାୟକଙ୍କ ସମୀକ୍ଷା
।ା ପ୍ରଭାନୁ୍ୟଜ ।ା ନିଆଳି : ନିଆଳି ନୂଆଗାଁ ସ୍ଥିତ ଶୋଭନେଶ୍ୱର ମହଦେବ ମନ୍ଦିରର ପର୍ଯ୍ୟଟନସ୍ଥଳୀର ମାନ୍ୟତା ଓ ଉନ୍ନତିକରଣ ନିମନ୍ତେ ମନ୍ଦିର ଟ୍ରଷ୍ଟର କାର୍ଯ୍ୟକର୍ତ୍ତା ଓ ବିଧାୟକଙ୍କ ସମୀକ୍ଷା ବୈଠକ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଟ୍ରଷ୍ଟର ସଭାପତି ତ୍ରିଲୋଚନ ନାଏକ ସଭାପତିତ୍ୱ କରୁଥିବାବେଳେ ମୁଖ୍ୟଅତିଥି ଭାବେ ନିଆଳି ବିଧାୟକ ଛବି ମଲ୍ଲିକ ଯୋଗ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ନୂଆଗାଁ ସରପଞ୍ଚ ଜ୍ୟୋତି ରଞ୍ଜନ ମଲ୍ଲିକ, ନିଆଳି ସରପଞ୍ଚଙ୍କ ପ୍ରତିନିଧି ପ୍ରମୋଦ କୁମାର ବେହେରା, ବିଜେପି ନେତା ସୁକାନ୍ତ ବିଶ୍ୱାଳ, ଶଶୀକାନ୍ତ ଲେଙ୍କା, ତି୍ରଲୋଚନ ବେହେରା, ସନ୍ତୋଷ ବିଶ୍ୱାଳ ଉପସ୍ଥିତ ରହି ଶୋଭନେଶ୍ୱର ମନ୍ଦିରର କିଭଳି ଉନ୍ନତିକରଣ କରାଯାଇପାରିବ ଏ ନେଇ ଆଲୋଚନା କରାଯାଇଥିଲା । ମୁଖ୍ୟ ପ୍ରସଙ୍ଗ ଶୋଭନେଶ୍ୱର ମନ୍ଦିରରୁ ହାଟ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ସମ୍ପ୍ରସାରଣ କରିବା, ଜଳ ନିଷ୍କାସନ ନିମନ୍ତେ ଡ୍ରେନ୍ କରିବା, ମନ୍ଦିରର ଭୋଗ ଘର, ଦ୍ୱୀପ ଘର ନିର୍ମାଣ କରିବା, ଯଜ୍ଞ ଘରର ଚତୁପାଶ୍ୱର୍କୁ ଷ୍ଟେପର ପକାଇବା, ପ୍ରସାଦ ରଖିବା ନିମନ୍ତେ ଘର ବନାଇବା ଭଳି ଅନେକ ସମସ୍ୟାର ସମାଧାନ କରାଯାଇ କିଭଳି କାର୍ଯ୍ୟ କରାଯିବ ଏଥିନିମନ୍ତେ ପଦକ୍ଷେପ ନିଆଯିବ ବୋଲି ଆଲୋଚନା କରାଯାଇଥିଲା । ମନ୍ଦିରର କୌଣସି ରାଜନୀତିକରଣ କରାନଯାଇ ଦଳ ବଳ ନିର୍ବିଶେଷରେ ଏକତ୍ରିତ ହୋଇ ମନ୍ଦିରର ଉନ୍ନତିକରଣ ନିମନ୍ତେ ସମସ୍ତେ ଏକତ୍ରିତ ହୋଇ ସହଯୋଗ କରିବାକୁ ବିଧାୟକ ଛବି ମଲ୍ଲିକ କହିଥିଲେ । ଏହି ସଭାକୁ ପ୍ରଦୁ୍ୟମ୍ନ ସେନାପତି ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜୀବ ଦିକ୍ଷୀତ, ଲୁନା ଦିକ୍ଷୀତ, ହରିହର ଦିକ୍ଷୀତ, ଉପେନ୍ଦ୍ର ନାଏକ, ପ୍ରଫୁଲ୍ଲ ନାୟକ, ମନୋଜ ସିଂ, ଉପେନ୍ଦ୍ର ବଡୁ, ଦର୍ଶନ ବଡୁ, ଶ୍ରୀପତୀ ବିଶ୍ୱାଳ, ମନୁ ବେହେରାଙ୍କ ସମେତ ଶହେରୁ ଊଦ୍ଧ୍ୱର୍ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ ।