ଚୋରା ମୋରମ ବୋଝେଇ ଟ୍ରକ ଜବତ
ନୀଳଗିରି: ରାଜସ୍ୱ ବିଭାଗ ଓ ଖଣି ବିଭାଗ ଚୋରା ମୋରମ ରୋକିବାରେ ବିଫଳ ହେଉଥିବାବେଳେ ନୀଳଗିରି ପୁଲିସ ଏବେ ସକ୍ରିୟ ହୋଇପଡିଛି । ଲଗାତାର ଭାବେ ନୀଳଗିରି ଆଇଆଇସି ଗୋପାଳ କର୍ଣ୍ଣ ଚୋରା ମୋରମ ବେପାରୀଙ୍କୁ ସାବାଡ କରୁଛନ୍ତି । ତେବେ ଗତ କିଛିଦିନ ଭିତରେ ଚୋରା ମୋରମ ଟ୍ରକକୁ ଜବତ କରି ମାମଲା ରୁଜୁ କରିଛନ୍ତି । ଫଳରେ ଟ୍ରକ ମାଲିକମାନେ ଚିନ୍ତାରେ ପଡ଼ିଥିବା ବେଳେ ରବିବାର ସକାଳ ପ୍ରାୟ ୮ରୁ ୯ଟା ଭିତରେ ପୋଡାଶୁଳ ନିକଟରେ ଏକ ଚୋରା ମୋରମ ଗାଡ଼ି (ଓଡି ଜିରୋ ୧ଏଚ୍-୩୭୧୧) ଜବତ କରି ଥାନାକୁ ଆଣିଥିଲେ । ଏବଂ ମର୍ଦ୍ଦରାଜପୁର ଅଞ୍ଚଳର ଡ୍ରାଇଭର ରମେଶ ପାତ୍ରକୁ ଅଟକ ପରେ ଛାଡ଼ି ଦିଆଯାଇଛି । ଏ ନେଇ ନୀଳଗିରି ଥାନାରେ ୯୭/୨୪ରେ ଏକ ମାମଲା ରୁଜୁ କରାଯାଇଥିବାର ଆଇଆଇସି ଗୋପାଳ କର୍ଣ୍ଣ ପ୍ରକାଶ କରିଛନ୍ତି ।