ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ବନ୍ତ : ବନ୍ତ ବ୍ଲକ ଛୟାଳସିଂହ ପଞ୍ଚାୟତ ପଳସା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପଳସା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ରାଜଶ୍ରୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏହି ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ଶକ୍ତିଧର ଜେନା, ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଗିରିଜା ଶଙ୍କର ଲେଙ୍କା, ପ୍ରାକ୍ତନ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଭରତ ଚନ୍ଦ୍ର ଓଝା, ପରିଚାଳନା କମିଟି ସଭାପତି ଉମାକାନ୍ତ ସାହୁ, ମଞ୍ଜୁଲତା ବାରିକ, ଅଙ୍ଗନୱାଡି କର୍ମୀସ୍ନେହ ଲତା ତ୍ରିପାଠୀ, ଆଶା କର୍ମୀ ସ୍ୱର୍ଣ୍ଣପ୍ରଭା ରଣା ପ୍ରମୁଖ ପଞ୍ଚମ ଓ ସପ୍ତମ ଶ୍ରେଣୀ ଛାତ୍ର ଓ ଛାତ୍ରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ରହି ପିଲାଙ୍କ ଭବିଷ୍ୟତ ଉଜ୍ୱଳମୟ ହେଉ ବୋଲି କହିଥିଲେ । ପ୍ରାରମ୍ଭରେ ଅତିଥି ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଅତିଥି ପରିଚୟ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁଦର୍ଶନ ଘଡ଼ାଇ ଧନ୍ୟବାଦ ଅର୍ପଣ ଶିକ୍ଷୟତ୍ରୀ ପୂଜାରାଣୀ ଖମାରି ପ୍ରଦାନ କରିଥିଲେ । ଜଗନ୍ନାଥ ଶଙ୍ଖୁଆ, ମାନସକୁମାର ଦେ,ନାରାୟଣ ଚନ୍ଦ୍ର ଲେଙ୍କା ସହଦେବ ମହାନ୍ତି, ମିନାକ୍ଷୀ ରଣା, ଲଷ୍ମୀପ୍ରିୟା ଘଡ଼ାଇ, ପ୍ରସନ୍ନ କୁମାର ଗିରି, ରନôାକର ଖଣ୍ଡା, ଅଞ୍ଜଳି ଜେନା, ଅକ୍ଷୟ ନାୟକ, ସସ୍ମିତା ନାୟକ, ତପସ୍ୱନୀ ଶତପଥୀ, ସବିତା ଗିରି ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ପରିଚାଳନା କମିଟି ସଦସ୍ୟ ସଦସ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।