ଭଡ଼ାଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର
ମଙ୍ଗଳପୁର : ଦଶରଥପୁର ବ୍ଲକ ଅଧିନସ୍ଥ ମଙ୍ଗଳପୁର ଠାରେ ଥିବା ଆକ୍ସିସ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ମଧୁସ୍ମିତା ସା(୨୪)ଙ୍କ ମୃତଦେହ ଆଜି ଅପରାହ୍ନରେ ସେ ରହୁଥିବା ଭଡ଼ାଘର ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଆଜି ସକାଳ ଠାରୁ ତାଙ୍କ ରୁମର କବାଟ ଭିତରପଟୁ ଦୀର୍ଘ ସମୟ ଧରି ବନ୍ଧ ରହିଥିବାରୁ ତାଙ୍କ ପଡୋଶୀଙ୍କର ସନେ୍ଦହ ହୋଇଥିଲା । ସେ ପ୍ରଥମେ ଏ ସମ୍ପର୍କରେ ଘର ମାଲିକଙ୍କୁ ଜଣାଇବା ପରେ ଘର ମାଲିକ ଉକ୍ତ ରୁମର କବାଟ ତାଡି ଘର ଖୋଲିବା ପରେ ମଧୁସ୍ମିତା ଫାଶୀ ଲଗାଇ ଥିବାର ଦେଖିବାକୁ ପାଇଥିଲେ । ତେଣୁ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରକାଶ ଥାଉ କି ଯେ କେନ୍ଦୁଝର ଜିଲ୍ଲା ବିଷ୍ଟୁପୁର ଗ୍ରାମର ନାରାୟଣ ସା ଝିଅ ମଧୁସ୍ମିତା ସା ପ୍ରାୟ ୧ ବର୍ଷ ହେବା ମଙ୍ଗଳପୁର ଥାନା ନିକଟସ୍ଥ ମହାପାତ୍ର ସାହିର ଭୁଦେବ ରାୟଙ୍କ ଘରେ ଭଡାରେ ରହିବା ସହିତ ଏକ୍ସିସି ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ । ଏ ସମ୍ପର୍କରେ ମଧୁସ୍ମିତାଙ୍କ ମା’ ଏତଲା କ୍ରମେ ମଙ୍ଗଳପୁର ପୁଲିସ ଶବ ଜବତ କରି ଏକ ଅପମୃତୁ୍ୟ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି ।