ଧରାହେଲା ୨ ଗୋ ବଝେଇ କଣ୍ଟେନର ୨ ଅଭିଯୁକ୍ତ ଗିରଫ, ୮୦ରୁ ଊର୍ଦ୍ଧ୍ୱ ଗୋରୁ ଜବତ
ାା ପ୍ରଭାନୁ୍ୟଜ୍ ।ା ସାରସକଣା: ରାଜପଥ ଦେଇ ହେଉଥିଲା ଗୋ- ଚାଲାଣ, ମାତ୍ର ଟ୍ରାଫିକ ନିୟନ୍ତ୍ରଣ ପୋଲିସ ପାଇଁ କରାଯାଇଥିବା ଚେକପୋଷ୍ଟରେ ଓଭରଟେକ ସାଜିଲା କାଳ । ପୋଲିସର ହାବୁଡରେ ପଡିଗଲା ୨ ଗୋ-ବଝେଇ କଣ୍ଟେନର । ଦିନ ଦ୍ୱୀପହରରେ ବେଧଡକ ଭାବେ ବାହାର ରାଜ୍ୟକୁ ବେଆଇନ ଗୋ - ଚାଲାଣର ସୋମବାର ପର୍ଦାଫାସ କରିଛି ବିଶୋଇ ପୋଲିସ୍ । ସୂଚନାଥାଉକି ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସହିତ ହାଇକୋର୍ଟ ଜଷ୍ଟିସଙ୍କ ବିଶୋଇ ଓ ରାଇରଙ୍ଗପୁର ଗସ୍ତ ଥିଲା । ୪୯ ନଂ ଜାତୀୟ ରାଜପଥର ଦ୍ୱାରଶୁଣି ଘାଟି ରାସ୍ତାରେ ଟ୍ରାଫିକ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଶୋଇ ଥାନା ଅଧିକାରିଣୀ ମିନି ଭୋଇଙ୍କ ନେତୃତ୍ୱରେ ପୋଲିସ ଟିମ ଦ୍ୱାରା ବିଶୋଇ ଥାନା ଅଧିନ ୪୯ ନଂ ରାଜରାସ୍ତା ସ୍ଥିତ ରଜାବସା ଠାରେ ଚେକପୋଷ୍ଟ କରାଯାଇଥିଲା । ରାଇରଙ୍ଗପୁର ଏସ୍ଡିପିଓ ଗୋକୁଳାନନ୍ଦ ସାହୁଙ୍କ ତତ୍ତ୍ୱାବଧାନରେ ଚେକପୋଷ୍ଟରେ ୧୦ ଗୋଟି ଲେଖାଏଁ ମାଲବାହୀ ଟ୍ରକକୁ ଘାଟି ମଧ୍ୟକୁ ଛଡାଯାଇଥିଲା ।
ତେବେ, ଏହି ସମୟରେ କେନ୍ଦୁଝର ଜିଲ୍ଲା ପାଲଲହଡାରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା (ଡବ୍ଲୁ୍ୟ୧୧ଇ୦୦୯୯) ଓ (ଡବ୍ଲୁ୍ୟଇ ଡି ୮୮୫୮) ନମ୍ବର ବିଶିଷ୍ଟ ୨ ଗୋଟି କଣ୍ଟେନର ଦ୍ରୁତ ଗତିରେ ଆସି ଚେକପୋଷ୍ଟ ନିକଟରେ ଓଭରଟେକ କରିବା ପାଇଁ ଚେଷ୍ଟା କରୁଥିବା ସମୟରେ ପୋଲିସ ମନରେ ସନେ୍ଦହ ସୃଷ୍ଟି ହୋଇଥିଲା ।୨ ଗୋଟି କଣ୍ଟେନର ଦେଇ ଗୋ - ଚାଲାଣ ହୋଇଥିବାର ପୋଲିସ ସନେ୍ଦହ କରି କଣ୍ଟେନରକୁ ଅଟକ ରଖିଥିଲା ପୋଲିସ । କଣ୍ଟେନର ତଲାସୀ ନେବା ସମୟରେ କଣ୍ଟେନର ମଧ୍ୟରେ ଗୋ-ଚାଲାଣ ହୋଉଥିବାର ଜଣା ପଡିଥିଲା । ପ୍ରତ୍ୟେକ କଣ୍ଟେନରରେ ୪୦ରୁ ଊର୍ଦ୍ଧ୍ୱ ୨ ଗୋଟି କଣ୍ଟେନରରେ ଆନୁମାନିକ ୮୦ରୁ ଊର୍ଦ୍ଧ୍ୱ ହରିୟାଣା ପ୍ରଜାତିର ଗୋରୁ ଥିବାର ଡ୍ରାଇଭର ମାନେ କହିଥିଲେ । ଗୋଟିଏ କଣ୍ଟେନର ପାଲଲହଡାରୁ ପଶ୍ଚମବଙ୍ଗ ରାଜ୍ୟର ଗୋପୀ ଅଞ୍ଚଳ ଓ ଅନ୍ୟ ଏକ କଣ୍ଟେନର କୁଲେଇକୋଣ୍ଡା ଅଞ୍ଚଳକୁ ଗୋ ଚାଲାଣ ହୋଉଥିବା ନେଇ କଣ୍ଟେନର ଡ୍ରାଇଭର କହିଥିଲେ । ତେବେ, ଗୋ ଚାଲାଣରେ ସମ୍ପୃକ୍ତ ୨ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସମସ୍ତ ଗୋରୁଙ୍କୁ ବିଶୋଇରେ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇ ବାଲେଶ୍ୱର ଗୋ-ଶାଳାକୁ ପଠାଯାଇଥିଲା । ସୋମବାର ମୟୂରଭଞ୍ଜ ଜିଲ୍ଳା ବାରିପଦାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଥିବା ବେଳେ ଜିଲ୍ଲାର ସମସ୍ତ ଅଞ୍ଚଳର ପୋଲିସ୍ ଅଧିକାରୀ ଏଥିରେ ବ୍ୟସ୍ତ ଥିଲେ । ତେବେ, ଏହାର ସୁଯୋଗ ନେଇ ଗୋ - ମାଫିଆ ମାନେ ଜିଲ୍ଲାର ୪୯ ନଂ ଜାତୀୟ ରାଜପଥ ଦେଇ ବେଧଡ଼କ ଭାବେ ଗୋ - ଚାଲାଣ କରିବା ଚର୍ଚ୍ଚାର ବିଷୟ ଆସିଛି ।