ପେଟ୍ରୋଲିୟମ ଡିଲର ସଂଘର ବୈଠକ

ବ୍ୟାସନଗର :  ପେଟ୍ରୋଲିୟମ ଡିଲର ଆସୋସିଏସନ୍ ଯାଜପୁରର ବାର୍ଷିକ ସାଧାରଣ ବୈଠକ ଓ ସାଧାରଣ ନିର୍ବାଚନ  ଅନୁଷ୍ଠିତ ହୋଇଯାଇଛି । ବଟକୃଷ୍ଣ ମହାରଣା ଏବଂ ପ୍ରିୟଦର୍ଶୀ ମହାରଣାଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ରମଣୀରଞ୍ଜନ ବଳସାମନ୍ତ, ଉପ ସଭାପତି ଉମେଶ ଚନ୍ଦ୍ର ସାମଲ, ସମ୍ପାଦକ ନିହାରରଞ୍ଜନ ମହାନ୍ତି, ସହ ସମ୍ପାଦକ ଆଶିଷ କୁମାର ପାତ୍ର, କୋଷାଧ୍ୟକ୍ଷ ସାଇଜ୍ୟୋତି ସିଂ ନିର୍ବାଚିତ ହୋଇଥିଲେ । ଏଥିସହିତ ସୁବ୍ରତ ରଥ, ବିଜୟ କୁମାର ଘଡ଼ାଇ, ସଞ୍ଜୟ ମହାପାତ୍ର, ରଜତ ପ୍ରଧାନ, ନିତ୍ୟସୁନ୍ଦର ପୃଷ୍ଟି, ଦୀପକ ନନ୍ଦ, ଦିଲୀପ କୁମାର ନାୟକ, ଶକ୍ତିରଞ୍ଜନ ପରିଡ଼ା, ଉପେନ୍ଦ୍ର ମଲ୍ଲିକ, ସୁରେଶ ଚନ୍ଦ୍ର ସାହୁ ଏବଂ ଗୋବର୍ଦ୍ଧନ ବେହେରାଙ୍କୁ ଆଞ୍ଚଳିକ ସଂଗଠନ ସମ୍ପାଦକ ଭାବେ ମନୋନୀତ ହୋଇଥିଲେ । ବରିଷ୍ଠ ସଦସ୍ୟ ବଟକୃଷ୍ଣ ମହାରଣା, ଅଜୟ କୁମାର ପାତ୍ର, ଅମରେନ୍ଦ୍ର ନାୟକ, ଏମଡ଼ି ଆବୁ ସାଲାମ, ପ୍ରୀୟଦର୍ଶୀ ମହାରଣା, ସମରକେତନ ଲେଙ୍କା, ପ୍ରଫୁଲ୍ଲ ଦେଓ, ସୁଧାଂଶୁ ନାୟକଙ୍କୁ ଉପେଦେଷ୍ଟା ଭାବେ ମନୋନୀତ ହୋଇଥିଲେ । ବୈଠକରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଡିଲର ଉପସ୍ଥିତ ରହିଥିଲେ । ବୈଠକରେ ନୂତନ ନିର୍ବାଚିତ ପ୍ରତିନିଧି ନିଜର ଆଭିମୁଖ୍ୟ ଓ ଭବିଷ୍ୟତ କାର୍ଯ ପନ୍ଥା ଉପରେ ଆଲୋଚନା କରିଥିଲେ । ଓପନ ଫୋରମରେ ଡିଲରନିଜର ମତ ଉପସ୍ଥାପନା କରିଥିଲେ । ପ୍ରଫୁଲ୍ଲ ଦେଓ ଧନ୍ୟବାଦ୍ ଦେଇଥିଲେ ।