ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ରାଜନଗର : ରାଜନଗର ବ୍ଲକ ନାଗା ନାରାୟଣ ଉଚ୍ଚ ମାଧ୍ୟମିକ ସ୍କୁଲରେ+୨ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି । ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ମାନସ ରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟଅତିଥି ଭାବେ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାଦଲ ପରିଡ଼ା, ବରେଣ୍ୟ ଅତିଥି ସ୍କୁଲ ପରିଚାଳନା କମିଟି ସଭାପତି କାର୍ତ୍ତିକ ଚନ୍ଦ୍ର ବେହେରା, ଅଧ୍ୟାପକ ପ୍ରତାପ ଚନ୍ଦ୍ର ଧଳ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଜ ଭବିଷ୍ୟତ ଗଢିବା ପାଇଁ କଠିନ ଅଧ୍ୟବସାୟ ସହିତ ଉତ୍ତମ ଆଚରଣ କରି ସୁନାଗରିକ ହେବାକୁ ମାର୍ଗ ଦର୍ଶନ କରିଥିଲେ । +୨ ଦ୍ୱିତୀୟ ବର୍ଷର ଛାତ୍ରୀ ସ୍ମୃତିଲିପି ବେହେରା ପାଠପଢା ଶୈଳୀକୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ମନିଷା ମନ୍ତ୍ରୀ, ସୁପ୍ରୀତି ସାଇତି, ଅର୍ପିତା ସାଇତି, ଶରତଚନ୍ଦ୍ର ସାହୁ, ପୂଜା ରାଣୀ ସାହୁ, ଅମର ମଲ୍ଲିକ, ବବୁଲ ବେହେରା, ଅନ୍ନପୂର୍ଣ୍ଣା ଚୁଲି ପ୍ରମୁଖ ସହଯୋଗ କରିଥିଲେ ।