ବ୍ଲକର ପାସହାର ୯୮.୩୯%
ହିଞ୍ଜିଳିକାଟୁ: ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୪-୨୫ ଶିକ୍ଷାବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି । ରାଜ୍ୟରେ ପାସହାର ୯୫% ରହିଥିବା ବେଳେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକର ପାସହାର ୯୮.୩୯% ରହିଛି । ହିଞ୍ଜିଳିକାଟୁ ବ୍ଳକ ଓ ପୌରାଞ୍ଚଳର ୨୬ଟି ବିଦ୍ୟାଳୟର ୧୭୪୧ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୭୧୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ଲାଭ କରିଥିବା ବେଳେ ୨୮ ପରୀକ୍ଷାର୍ଥୀ ଅନୁତ୍ତୀର୍ଣ୍ଣ ହୋଇଥିବା ସୂଚନା ମିଳିଛି । ଏ-୧ ଗ୍ରେଡରେ ୩ଟି ବିଦ୍ୟାଳୟର ୬ ଜଣ ପରୀକ୍ଷାର୍ଥୀ କୃତିତ୍ୱ ହାସଲ କରିଛନ୍ତି । ହିଞ୍ଜିଳିକାଟୁ ପୌରାଞ୍ଚଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ୪ ଜଣ ପରୀକ୍ଷାର୍ଥୀ ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ଲାଭ କରିଥିବା ବେଳେ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସ୍ଥାନୀୟ ବ୍ଳକ କଞ୍ଚୁରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଲେଖାଏଁ ପରୀକ୍ଷାର୍ଥୀ ଏ-୧ ଗ୍ରେଡରେ କୃତିତ୍ୱ ହାସଲ କରିଛନ୍ତି ।
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ରୋଶନ ବେହେରା ସର୍ବାଧିକ ୫୬୦ ମାର୍କ ରଖି ବ୍ଳକ ଟପ୍ପର ଆଖ୍ୟା ଅର୍ଜନ କରିଛନ୍ତି । କଞ୍ଚୁରୁ ମାଧ୍ୟାମିକ ଉଚ୍ଚ ବିଦ୍ୟାଳୟର କ୍ରୀଷ୍ଣା ସାହୁ ୫୫୮, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସିଦ୍ଧାର୍ଥ ସାହୁ ୫୫୬, ରୁଦ୍ର ପ୍ରସାଦ ଦାଶ ୫୪୭, ଓମ୍ ସାହୁ ୫୪୫ ଓ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ସାନୁ ସାବତ ୫୪୩ ମାର୍କ ରଖିଛନ୍ତି । ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ୨, ଏନଏସି ଉଚ୍ଚ ବିଦ୍ୟାଳୟର ୧, ପୋଡିଙ୍ଗି ଶ୍ୟାମଳାଇ ଉଚ୍ଚ ବିଦ୍ୟାଳୟର ୧, ସାପୁଆପଲ୍ଲୀ ହାଇସ୍କୁଲର ୧, ଦୟାପଲ୍ଲୀ ହାଇସ୍କୁଲର ୨, ନନ୍ଦିକ ହାଇସ୍କୁଲର ୨, କଞ୍ଚୁରୁ ମାଧ୍ୟାମିକ ଉଚ୍ଚ ବିଦ୍ୟାଳୟର ୧, ବୁରୁପୋଡା ଭଗବତୀ ବିଦ୍ୟାପୀଠର ୧, ସାରୁ ହାଇସ୍କୁଲର ୧, ଗ୍ରାମ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ସାହାପୁରର ୨, ପଞ୍ଚାୟତ ଉଚ୍ଚବିଦ୍ୟାଳୟ ଦୁର୍ବନ୍ଧର ୫, ସିକିରି ଉଦୟନାଥ ଉଚ୍ଚ ବିଦ୍ୟାଳୟର ୨, ଭାବନ୍ଧ ହାଇସ୍କୁଲର ୨, ରଘୁନାଥ ଉଚ୍ଚ ବିଦ୍ୟାଳୟ, ବେଲଗାଁର ୧, ବୃନ୍ଦାବନ ନାୟକ ଉଚ୍ଚ ବିଦ୍ୟାଳୟ ଶାସନଆମ୍ବଗାଁର ୨ ଓ ପୋଚିଲିମା ଉଚ୍ଚ ବିଦ୍ୟାଳୟର ୧ ଜଣ ପରୀକ୍ଷାର୍ଥୀ ଅନୁତ୍ତୀର୍ଣ୍ଣ ହୋଇଥିବା ଅବଶିଷ୍ଟ ଉଚ୍ଚ ବିଦ୍ୟାଳୟର ସମସ୍ତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବାଳକୃଷ୍ଣ ପାତ୍ରଙ୍କ ସୂତ୍ରରୁ ପ୍ରକାଶ । ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ଲାଭ କରିଥିବା ସମସ୍ତ ଶିକ୍ଷାର୍ଥୀଙ୍କୁ ଏବିଇଓ ସୁଶିଲ କୁମାର ପାତ୍ର କୃତଜ୍ଞତା ଜ୍ଞାପନ କରିଛନ୍ତିି ।