ଛାଡ଼ଖାଇ; ବୋହିନେଲେ ଆମିଷ

 ଭୁବନେଶ୍ୱର: ଧର୍ମ ମାସ କାର୍ତ୍ତିକ ଶେଷ ପରେ ମାର୍ଗଶିର ମାସ ପ୍ରଥମ ଦିନ ଛାଡଖାଇ ପାଳନ କରାଯାଏ । ମାତ୍ର ଛାଡଖାଇ ଦିନଟି ସଂକ୍ରାନ୍ତି  ପଡ଼ିଥିବାରୁ ଫିକା ପଡିଥିଲା ଆମିଷ ବଜାର । ମାତ୍ର ରବିବାର ସରକାରୀ ଛୁଟି ସାଙ୍ଗକୁ ଅସଲ ଛାଡଖାଇ ପାଇଁ ଗହଳି ଦେଖିବାକୁ ମିଳିଥିଲା ଆମିଷ ମାର୍କେଟ୍ରେ । ଛୁଟିଦିନ ସାଙ୍ଗକୁ ବିଗତ ଏକ ମାସ ପରେ ଆମିଷ ବଜାରରେ ପୁଣି ଦେଖିବାକୁ ମିଳିଥିଲା ଗହଳ ଚହଳ । ସେଥିପାଇଁ ଭୁବନେଶ୍ୱର ସ୍ଥିତ ବିଭିନ୍ନ ଆମିଷ ବଜାରରେ ସକାଳୁ ଗହଳି ପରିଲକ୍ଷିତ ହୋଇଥିଲା ।  
କାର୍ତ୍ତିକ ମାସପରେ ଆଜି ଭିଡ ଜମିବା ନେଇ ଅନ୍ୟଦିନ ତୁଳନାରେ ଦୋକାନୀମାନେ ମଧ୍ୟ ଅଧିକା ପରିମାଣର  କୁକୁଡ଼ା, ମାଂସ, କଙ୍କଡା ଓ ବିଭିନ୍ନ ପ୍ରକାରର ମାଛ ବିକ୍ରି କରୁଥିଲେ । ଚାହିଦା ମୁତାବକ ଚଢା ଦର ମଧ୍ୟ ରହିଥିଲା । ମାଛଗୁଡିକ ମଧ୍ୟରେ ଇଲିସି ୧୮୦୦ଟଙ୍କା, ରୋହି ୨୦୦ଟଙ୍କା, ଭାକୁର ୨୦୦ଟଙ୍କା, ମିରିକାଳୀ ୨୪୦ଟଙ୍କା, ପାମ୍ପ୍ଲେଟ ୭୦୦ଟଙ୍କା, ପୋହଳା ୨୫୦ଟଙ୍କା, ନଈ ଚିଙ୍ଗୁଡ଼ି ୪୦୦ଟଙ୍କା, ଗୋଲଦା ଚିଙ୍ଗୁଡ଼ି ୬୦୦ଟଙ୍କା, ବାଘତା ଚିଙ୍ଗୁଡ଼ି ୮୦୦ଟଙ୍କା ଦର ରହିଥିଲା ।  ମାଛ ସହ ମାଂସ ଦର ବି ଉପରକୁ ଯାଇଛି କୁକୁଡ଼ା ୨୪୦ ଟଙ୍କା ଥିବା ବେଳେ ମଟନ ୮୦୦ ଟଙ୍କାରେ ମିଳୁଥିଲା । ଦର ଚଢ଼ା ସତ୍ତ୍ୱେ ଗ୍ରାହକଙ୍କ ଲମ୍ବା ଲାଇନ ସହିତ ବହୁ ଉସôାହ ଦେଖିବାକୁ ମିଳିଥିଲା । ଏହି ଦିନକୁ ଖୁବ୍ ଉସôାହରେ ପାଳନ କରିଛନ୍ତି ବିଶେଷକରି ଓଡ଼ଆ ଲୋକମାନେ ।