ପୋଲ ଫାଟି ଆଁ, କୁମ୍ଭକର୍ଣ୍ଣ ନିଦ୍ରାରେ  ପ୍ରଶାସନ 

ନୂଆପଡ଼ା : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଟିଆଗୁଡା ସରକାରୀ ଆଶ୍ରମ ବିଦ୍ୟାଳୟ ନିକଟବର୍ତ୍ତୀ ବହାଲ ନାଳରେ ନିର୍ମାଣ ହୋଇଥିବା ପୋଲର ଉପରି ଭାଗ ଦୀର୍ଘ ବର୍ଷ ହେଲା ଭାଙ୍ଗିରୁଜି ଫାଟି ଆଁ କରି ଲୁହାରଡ ଦିଶୁଛି । ଏହି ରାସ୍ତା ଆରଡି ଅଧିନରେ ରହିଛି । ପ୍ରତିଦିନ ଏହି ରାସ୍ତା ଦେଇ ବହୁ ଭାରୀ ଯାନବାହନ ଯାତାୟତ ହେଉଥିବା ବେଳେ ରାସ୍ତା ଦେଇ ପ୍ରତିଦିନ ଛାତ୍ରଛାତ୍ରୀମାନେ ସ୍କୁଲ କଲେଜ ପାଠପଢିବା ପାଇଁ ଯାଉଛନ୍ତି । ହେଲେ ଏହି ରାସ୍ତାର ଏଭଳି ଅବସ୍ଥା ଯୋଗୁଁ  ପ୍ରତିଦିନ ଏଠାରେ ଲୋକେ ଦୁର୍ଘଟଣାର ଶୀକାର ହେଉଛନ୍ତି । ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଏହା ଉପରେ କାହାର ନିଘା ନାହିଁ । ଯାହାକୁ ନେଇ ସାଧାରଣରେ ଜନଅସନ୍ତୋଷ ଦେଖା ଦେବା ସହ ଆନେ୍ଦାଳନ ଦାନ ବାନ୍ଧୁଛି ।