ଜବରଦଖଲକାରୀଙ୍କ କବ୍ଜାରେ ସରକାରୀ ଜମି
ସୋନପୁର: ସୋନପୁର ସହରରେ ବେଆଇନ ଜବରଦଖଲ ବୃଦ୍ଧି ହେଉଛି । ଏହାକୁ ରୋକିବାକୁ ଜିଲ୍ଲା ପ୍ରଶାସନ ବିଫଳ ହେଉଛି । ଏବେ ସୋନପୁର ସଦର ମହକୁମାରେ ଜବର ଦଖଲ ନେଇ ଅଡୁଆ ସ୍ଥିତି ଉପୁଜୁଥିବା ଜଣାପଡ଼ିଛି ।
ଜଳ ନିଷ୍କାସନ ରାସ୍ତା ଓ ଜଳଶୟମାନେ ଜବରଦଖଲ ହେବାରୁ ଜଳ ନିଷ୍କାସନ ହୋଇ ପାରୁନାହିଁ ।ପୂର୍ବରୁ ବ୍ୟବହୃତ ସର୍ବସାଧାରଣ ରାସ୍ତାମାନେ ଜବର ଦଖକାରୀମାନେ ଜବର ଦଖଲ କରିବାରୁ ଲୋକମାନେ ଅନେକ ଅସୁବିଧା ସାମନା କରୁଛନ୍ତି । ଜିଲ୍ଲାର ସଦର ମହକୁମାରେ ଜବରଦଖଲ ନେଇ ବିଷମ ପରିସ୍ଥିତି ଉପୁଜୁ ଥିବାର ଜଣାପଡିଛି । ଜବରଦଖଲ ଉଚ୍ଛେଦ ଆଳରେ ମଝିରେ ମଝିରେ ପ୍ରଶାସନ ପକ୍ଷରୁ ସହରରେ ଜବରଦଖଲ ଉଚ୍ଛେଦ ହେଉଛି । ଜବରଦଖଲ ହଟିବାର ଦିନ କେଇଟା ନ ଯାଉଣୁ ପୁଣି ଜବରଦଖଲକାରୀ ମାଡି ବସୁଛନ୍ତି ଜାଗା । ଜବରଦଖଲକାରୀଙ୍କ ବିରୋଧରେ ନୋଟିସଟିଏ ଜାରି କରି ଅଥବା ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଦେଇ ବସୁଛି ପ୍ରଶାସନ । ଜବରଦଖଲକାରୀଙ୍କ କବଳରେ ଧିରେ ଧିରେ କବଳିତ ହୋଇ ପଡୁଛି ସୋନପୁର ସହର ଏବଂ ଏହାର ଆଖ ପାଖ ଅଞ୍ଚଳ । ସହର ସବୁ ପାର୍ଶ୍ୱରେ ନଦୀ ଘେରା ରହିଛି, ଯାହା ସହରର ସଂପ୍ରସାରଣ ହେବା ସୁବିଧା ନାହିଁ । ଏହି ପରିପ୍ରେକ୍ଷୀରେ ଜବର ଦଖଲ ଉଚ୍ଛେଦ ନେଇ ବିକାଶ ହେବ । ପୂର୍ବରୁ କିଛି ଦକ୍ଷ ଜିଲ୍ଲାପାଳ ସୋନପୁର ସହରର ଜବରଦଖଲ ଉଚ୍ଛେଦ କରି ବିକାଶ କାର୍ଯ୍ୟକୁ ଆଗେଇ ଥିଲେ । ଜବରଦଖଲ ଉଚ୍ଛେଦ ହୋଇଥିବାର ଲୋକଙ୍କୁ ୪ ଡିସିମିଲ ଜାଗା ଏହି ସହରରୁ ବାହାରେ ସ୍ଥାନ ପ୍ରଦାନ କରାଯାଇଛି । ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟକ୍ରମରେ ଶୀତଳ ଭଣ୍ଡାରରେ ରହିଲା । ଗୋଟିଏ ପଟେ ସହରରେ ଜମି କିଣି ଘର ଖଣ୍ଡେ ତୋଳିବାକୁ ପ୍ଲାନ ଅନୁମୋଦନ ପାଇଁ ଲୋକଙ୍କୁ କଟକଣା ପାଳନ କରିବାକୁ ପଡୁଥିବା ବେଳେ, ବେଆଇନ ନିର୍ମାଣକାରୀଙ୍କ ସକାଶେ ସବୁ କିଛି ମୁକୁଳା ପଡିଛି । ଯିଏ ଯେଉଁଠି ପାରୁଛି ସେଇଠି ସରକାରୀ ଜମି ଉପରେ ମନ ଇଚ୍ଛା କୋଠା ନିର୍ମାଣ କରି ଚାଲିଛି । ଏ ବିଷୟରେ ବାରମ୍ବାର ଖବର ପ୍ରସାରଣ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ୍ । ଆଗାମୀ ଦିନରେ ବହୁ ପ୍ରକଳ୍ପ ତଥା ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ବହୁ ଦୂରରେ ହେବ । ଦୁର୍ଗମ ଅଞ୍ଚଳରେ ଆସୁଥିବାର ଗରିବ ଲୋକମାନେ ଖର୍ଚ୍ଚାନ୍ତ ହେବେ । ବର୍ତ୍ତମାନ ମୋହନ ସରକାର ସାରା ରାଜ୍ୟରେ ସରକାରୀ ଜମିରୁ ବେଆଇନ ଦଖଲ ହଟାଇବାକୁ ଜିଲ୍ଲାପାଳଙ୍କୁ କଡା ନିଦେ୍ର୍ଦଶ ଦେଇଛନ୍ତି । ଜବରଦଖଲ ଯୋଗୁ ବିକାଶ ବାଧାପ୍ରାପ୍ତ ହେଉଛି । ତେଣୁ ଏସବୁ ବେଆଇନ ଦଖଲ ତୁରନ୍ତ ହଟାଇବାକୁ ଦାବି ହୋଇଛି । ପ୍ରଚଳିତ ନିୟମ ଅନୁଯାୟୀ ଜବର ଦଖଲ ହଟିବା ପରେ ଏହାକୁ ବାଡ ବସାଇ ଓ ଏଥିରେ ସମସ୍ତଙ୍କ ଦୃଷ୍ଟି ଗୋଚର ହେବା ଭଳି ସାଇନ୍ବୋର୍ଡ ଲଗାଇବା ପାଇଁ ମଧ୍ୟ ନିଦେ୍ର୍ଦଶ ଦିଆଯାଇଛି । ତେବେ ଏହି ଆଦେଶ କେତେ କାର୍ଯ୍ୟକ୍ଷମ ହେଉଛି, ତାହା ଦେଖିବାକୁ ବାକି ରହିଲା ।