କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ
ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଓ ଅନ୍ୟାନ ଅଧିକାରୀ ଖଇରପୁଟ ବ୍ଲକସ୍ଥ ରାସବେଡା ଗ୍ରାମ ପଞ୍ଚାୟତର ବନ୍ଧଗୁଡା ଗ୍ରାମ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସେଠାରେ ଚାଲିଥିବା ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟ ଓ ପିଏମ୍ ଜନମନ ଅଧୀନରେ ଡିଡାଇ ଜନଜାତିଙ୍କ ଉନ୍ନତି ପାଇଁ ଚାଲିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପରିଦର୍ଶନ କରିଛନ୍ତି । ଅଧା ରହିଥିବା କାର୍ଯ୍ୟ ଗୁଡିକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେବା ସହ ଠିକାଦାରଙ୍କୁ ତାଗିଦ କରିଛନ୍ତି । ଏହା ସହ ଅଞ୍ଚଳରେ ଜାରି ରହିଥିବା ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ଗୁଡିକ ସଠିକ୍ ସମୟ ମଧ୍ୟରେ ସାରିବା ସହ ଉତ୍ତମ ମାନର କରିବା ଦିଗରେ ଅଧିକାରୀମାନେ ଯନôବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି ।