ଭୁଶୁଡ଼ିଗଲା ବି୍ରଜ ସ୍ଲାବ, ୩ ମୃତ
କଟକ: କଟକରେ ବି୍ରଜ ନିର୍ମାଣ ବେଳେ ଅଘଟଣ । ସ୍ଥାନୀୟ ଖାନନଗର ସ୍ଥିତ ବି୍ରଜ ନିର୍ମାଣ ବେଳେ ସ୍ଲାବ ଖସି ପଡ଼ିବାରୁ ୩ ଜଣ ଶ୍ରମିକଙ୍କର ମୃତୁ୍ୟ ଘଟିଛି । ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ଅନ୍ୟ ୨ ଶ୍ରମିକଙ୍କର କଟକ ବଡ଼ ମେଡ଼ିକାଲରେ ଚିକିସôା ହେଉଛି । ମୃତ ଶ୍ରମିକମାନେ ହେଲେ ସାଇଟ ଇଞ୍ଜିନିୟର ବାଲେଶ୍ୱର ଜିଲ୍ଲାର ସୌମ୍ୟରଞ୍ଜନ ମଲ୍ଲିକ (୩୦), ଶିବ ଶଙ୍କର ପଟ୍ଟନାୟକ (୨୮) ଓ ପଶ୍ଚିମବଙ୍ଗର ସୁବାସ ଭକ୍ତ (୪୦) । ସେହିପରି ଆହତ ଶ୍ରମିକ ଅରୁଣ ବାରିକ ଓ ବିକଳ ଜେନା ଏବେ ଚିକିତ୍ସିତ ହେଉଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ସମ୍ପ୍ରତି ସ୍ଥାନୀୟ ଖାନନଗର ସ୍ଥିତ କାଠଯୋଡ଼ି ବି୍ରଜ କାମ ଜାରି ରହିଛି । ପୂର୍ତ୍ତ ବିଭାଗ ପକ୍ଷରୁ ଏହି କାମ ପାଇଁ ଏକ ଘରୋଇ କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି । ଅନ୍ୟ ଦିନ ଭଳି ଆଜି ମଧ୍ୟ ଏଠାରେ ନିର୍ମାଣ କାର୍ଯ୍ୟ ଚାଲିଥିଲା । କିନ୍ତୁ ଅପରାହ୍ନ ସମୟରେ ଏହି ଅଘଟଣ ଘଟିଥିଲା । ବି୍ରଜ ଉପରେ କିଛି ଶ୍ରମିକ କାମ କରୁଥିବାବେଳେ ଆଉ କିଛି ଶ୍ରମିକ ବି୍ରଜ ତଳେ କାର୍ଯ୍ୟ କରୁଥିଲେ । ଅଚାନକ କ୍ରେନ ଭାଙ୍ଗି ପଡ଼ିବାରୁ ବି୍ରଜ ଉପରୁ ସ୍ଲାବ ତଳକୁ ପଡ଼ି ଯାଇଥିଲା । ଫଳରେ ୫ ଶ୍ରମିକ ଗୁରୁତର ଭାବେ ଆହତ ହୋଇଥିଲେ । ଆହତ ଶ୍ରମିକମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ । ରିପୋର୍ଟ ଲେଖାଯିବା ବେଳକୁ ଅନ୍ୟ ୨ଜଣ ଶ୍ରମିକଙ୍କର ଚିକିସôା ଜାରି ରହିଥିବା ଜଣାପଡ଼ିଛି ।
ଖାନନଗରରେ ନିର୍ମାଣଧୀନ ବି୍ରଜରେ ବ୍ୟବହାର ହୋଇଥିବା କ୍ରେନ ଫେଲ ଯୋଗୁଁ ଏଭଳି ଅଘଟଣ ଘଟିଛି ବୋଲି କଟକ ଡିସିପି ରିଶିକେଶ ଖିଲାରୀ ସୂଚନା ଦେଇଛନ୍ତି । ଶ୍ରମିକମାନଙ୍କ ମଧ୍ୟରୁ କିଛି ବାହାର ରାଜ୍ୟର ବୋଲି ଥିବା ଡିସିପି ଶ୍ରୀ ଖିଲାରୀ ସୂଚନା ଦେଇଛନ୍ତି । ଆହତମାନଙ୍କୁ ପୋଲିସ ଉଦ୍ଧାର କରି ତୁରନ୍ତ ଏସସିବିକୁ ସ୍ଥାନାନ୍ତରିତ କରିଥିଲେ । ଘଟଣାର ତଦନ୍ତ ଜାରି ରହିଛି । ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଡିସିପି ଶ୍ରୀ ଖିଲାରୀ କହିଛନ୍ତି । ଅପର ପକ୍ଷରେ ମେୟର ସୁବାସ ସିଂହ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତିଯେ, ସରକାରଙ୍କ ଦାୟିତ୍ୱହୀନତା କାରଣରୁ ଏହି ଅଘଟଣ ଘଟିଛି । ଠିକା କମ୍ପାନୀ ଶ୍ରମିକମାନଙ୍କୁ ସୁରକ୍ଷା ଦେଇଥିଲେ ଏଭଳି ଅଘଟଣା ଘଟିନଥାନ୍ତା ବୋଲି ଶ୍ରୀ ସିଂହ କହିଛନ୍ତି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମେୟର ଶ୍ରୀ ସିଂହ ଦାବି କରିଛନ୍ତି । ଅପରପକ୍ଷରେ କଟକ ଖାନନଗର ରିଙ୍ଗ ବନ୍ଧ ରାସ୍ତା ନିର୍ମାଣ କାର୍ଯ୍ୟ ସ୍ଥଳରେ ଦୁର୍ଘଟଣାରେ କାର୍ଯ୍ୟରତ ୩ଜଣ ପ୍ରାଣ ହରାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ କ୍ରମେ କଟକ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ପଦକ୍ଷେପ ସ୍ୱରୂପ କଟକ-ସଦର ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ୭ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବେ ବୋଲି ସୂଚନା ଦିଆଯାଇଛି ।