ଜାତୀୟ କୁସ୍ତି ପ୍ରତିଯୋଗିତାରେ ସମ୍ବଲପୁରରୁ ଦୁଇ ଖେଳାଳି

 ସମ୍ବଲପୁର  : ଜାତୀୟ କୁସ୍ତି ପ୍ରତିଯୋଗିତାରେ ଓଡିଶା ପକ୍ଷରୁ ସମ୍ବଲପୁରର ଦୁଇ ଖେଳାଳି ଭାଗ ନେବେ । ସେମାନେ ହେଲେ କଚେରୀ ରୋଡ଼ ସ୍ଥିତ ସାଓଲିନ କୁମ୍ଫୁ ଉଷୁ ଏସୋସିଏସନର କୁସ୍ତି ଖେଳାଳି ସାକ୍ଷୀପଡାର ଦୀପକ ଗୋପ ଓ ଶାନ୍ତି ଗୋପଙ୍କ ଝିଅ ତମନ୍ନା ଗୋପ । ତମନ୍ନା ୫୯ କିଲୋଗ୍ରାମ ବିଭାଗରେ ଓଡିଶା ତରଫରୁ ଭାଗ ନେବେ । ସେହିପରି ସୁଦେଷ୍ନା  ଦାଶ ଓ ସ୍ୱର୍ଗତ ସୁଜିତ କୁମାର ଦାଶ ଙ୍କର ପୁଅ ଦୀପେଶ ଦାଶ ପୁରୁଷ ବିଭାଗର ୭୪ କିଲୋଗ୍ରାମ ବିଭାଗରେ ଖେଳିବେ । ଏହି ଦୁଇ ଖେଳାଳି ରାଜ୍ୟ କୁସ୍ତି ପ୍ରତିଯୋଗିଙ୍କ ସହିତ ସମ୍ବଲପୁରରୁ ରାଜସ୍ଥାନର କୋଟା ଯାତ୍ରା କରିଛନ୍ତି । ଦୁଇ ଖେଳାଳିଙ୍କ ସହିତ ସମିର ବିଶ୍ୱାଳ ସମ୍ବଲପୁର କୁସ୍ତି ପ୍ରଶିକ୍ଷକ ଓ ଶାନ୍ତି ଗୋପ ପ୍ରୋସôାହନ କରିବା ପାଇଁ ରାଜସ୍ଥାନ ଗ୍ରସ୍ତ କରିଛନ୍ତି । ସଙ୍ଗଠନର ସମ୍ପାଦକ ସୁବାସ ଚନ୍ଦ୍ର ବେହେରା, ରାଜ୍ୟ ସମ୍ପାଦକ କିଶୋର ବେହେରା ପ୍ରଶିକ୍ଷକ, ଗାୟତ୍ରୀ ମିଶ୍ର, ଅରୁଣ କୁମାର ଅଜାଡିୱାଲ, ସୋନୁ ପ୍ରସାଦ ସୋନାର, ସ୍ୱାଗତ କୁମାର ଘଡାଇ ଉଭୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।