ଗିଲ ବାହିନୀର ବୃହତ ବିଜୟ

 ବର୍ମିଂହାମ୍ : ବର୍ମିଂହାମରେ ଆଜି ଐତିହାସିକ ବିଜୟ ଲାଭ କରିଛି ଗିଲ୍ ବାହିନୀ । ଏଠାରେ ଚାଲିଥିବା ତେନ୍ଦୁଲକର-ଆଣ୍ଡରସନ୍ ଟ୍ରଫିର ଦ୍ୱିତୀୟ ମ୍ୟାଚ୍ରେ ଆଜି ଭାରତ ଇଂଲଣ୍ଡକୁ ୩୩୬ ରନ୍ରେ ପରାସ୍ତ କରିଛି । ଫଳରେ ଚଳିତ ମ୍ୟାଚ୍କୁ ମିଶାଇ ୧-୧ ସିରିଜ୍ ବଜାୟ ରଖିଛି ଭାରତ । ଆଜି ପଡ଼ିଆରେ ଆକାଶ ଦୀପଙ୍କ ଘାତକ ବୋଲିଂ ଯୋଗୁଁ ଇଂଲଣ୍ଡ ଦଳ ଅଲ୍ଆଉଟ୍ ହେବାକୁ ବାଧ୍ୟ ହୋଇଥିଲା । ଏହିକ୍ରମରେ ଆକାଶ ଦୀପ ପ୍ରଥମ ଇନିଂସରେ ୪ ଓ ଦ୍ୱିତୀୟ ଇନିଂସରେ ୬ ୱିକେଟ୍ ନେଇ ବୋଲିଂ ଇତିହାସରେ ଆଉ ଏକ ରେକର୍ଡ କରିଛନ୍ତି । ବେନ୍ ଡକେଟ୍, ଓଲି ପପ୍, ଜୋ ରୁଟ୍, ହ୍ୟାରି ବ୍ରୁକ୍, ଜାମାଇ ସ୍ମିଥ୍ ଏବଂ ବ୍ରାଇଡନ୍ କାର୍ସେଙ୍କ ଭଳି ୬ଟି ୱିକେଟ୍ ନେଇ ଆଜି ଆକାଶ ଦୀପ କ୍ରୀଡ଼ା ପ୍ରେମୀଙ୍କ ମହଲରୁ ପ୍ରଶଂସା ସାଉଁଟିଛନ୍ତିୀ । ସେହିପରି ମହମ୍ମଦ ସିରାଜ ଉଭୟ ଇନିଂସରେ ୭ ୱିକେଟ୍ ନେଇଛନ୍ତି । 
ଭାରତ ପକ୍ଷରୁ ଇଂଲଣ୍ଡକୁ ୬୦୮ ଭଳି ବଡ଼ ଟାର୍ଗେଟ୍ ଦିଆଯାଇଥିବା ବେଳେ ଏହି ରନ୍ର ପିଛା କରି ଇଂଲଣ୍ଡ ୨୭୧ ରନରେ ଅଲଆଉଟ୍ ହୋଇଛି । ଏଥିସହ ବିଦେଶ ମାଟିରେ ଭାରତ ନିଜର ସବୁଠୁ ବଡ ବିଜୟ ହାସଲ କରିଛି । ଇଂଲଣ୍ଡ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୭୨ ରନ କରିଥିଲା । କ୍ରିଜରେ ଥିଲେ ଓଲି ପୋପ୍ ଓ ହ୍ୟାରି ବ୍ରୁକ । ଦଳୀୟ ସ୍କୋର ୮୦ ରନ ସ୍କୋରରେ ଓଲି ପୋପ(୨୪)ଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ ଆକାଶ ଦୀପ । ପ୍ରଥମ ଇନିଂସର ଶତକବୀର ହ୍ୟାରି ବ୍ରୁକ(୨୩ ରନ)ଙ୍କୁ ଏଲବିଡବ୍ଲୁ୍ୟ କରି ଭାରତକୁ ବହୁତ ବଡ ସଫଳତା ଦେଇଥିଲେ ଆକାଶ ଦୀପ । ୮୩ ରନରେ ୫ ୱିକେଟ୍ ହରାଇବା ପରେ ଇଂଲଣ୍ଡର ସ୍ଥିତି ଶୋଚନୀୟ ରହିଥିଲା । ପରେ ବେନ ଷ୍ଟୋକ୍ସ ଓ ଜେମି ସ୍ମିଥ ଷଷ୍ଠ ୱିକେଟ୍ ପାଇଁ ୭୦ ରନ ଯୋଡି ଦଳର ସ୍କୋରକୁ ୧୫୩ ରନରେ ପହଞ୍ଚାଇଥିଲେ । ପ୍ରଥମ ଇନିଂସ ପରି ଦ୍ୱିତୀୟ ଇନିଂସରେ ବିସ୍ଫୋରକ ବ୍ୟାଟିଂ କରୁଥିବା ଜେମି ସ୍ମିଥଙ୍କୁ ଆକାଶ ଦୀପ ଆଉଟ୍  କରି ଟେଷ୍ଟ କ୍ରିକେଟ୍ ପ୍ରଥମ ୫ ୱିକେଟ୍ ହାସଲ କରିଛନ୍ତି । ବ୍ରାଇଡନ କାର୍ସଙ୍କୁ ଆଉଟ୍ କରି ଆକାଶ ଦୀପ ଇଂଲଣ୍ଡ ଇନିଂସକୁ ୨୭୧ ରନରେ ଅନ୍ତ ଘଟାଇଥିଲେ ।
ଏହିପରି ଇତିହାସରେ ଦେଖିବାକୁ ଗଲେ ପୂର୍ବରୁ ଭାରତ ବିଦେଶ ମାଟିରେ ୨୦୧୯ରେ ଆଣ୍ଟିଗୁଆରେ ୱେଷ୍ଟଇଣ୍ଡିକୁ ୩୧୮ ରନରେ ପରାସ୍ତ କରିଥିଲା । ଏଜବାଷ୍ଟନରେ ଭାରତ ପୂର୍ବରୁ ୮ଟି ମ୍ୟାଚ୍ରୁ ୭ଟି ହାରିଥିବା ବେଳେ ଗୋଟିଏ ଡ୍ର ରହିଥିଲା ।