ଜାପାନ ପାରା ବ୍ୟାଡ୍ମିଣ୍ଟନ : ପ୍ରମୋଦଙ୍କୁ ୩ ସ୍ବର୍ଣ୍ଣ ପଦକ
ଭୁବନେଶ୍ୱର : ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେଲେ ଓଡ଼ିଆ ପାରା ବ୍ୟାଡ ମିଣ୍ଟନ ଖେଳାଳି ପ୍ରମୋଦ ଭଗତ । ଅଷ୍ଟ୍ରେଲିଆ ପରେ ଜାପାନରେ ଖେଳାଯାଇଥିବା ହୁଲିସ ଦାଇହାସ୍ତୁ ଜାପାନ ପାରା ବ୍ୟାଡ ମିଣ୍ଟନ ପ୍ରତିଯୋଗିତାରେ ୩ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ନଭେମ୍ବର ୫ରୁ ୯ ତାରିଖ ପର୍ୟ୍ୟନ୍ତ ଏହି ପ୍ରତିଯୋଗିତା ହୋଇଥିଲା । ଟୋକିଓରେ ଏହି ପ୍ରତିଯୋଗିତାରେ ପ୍ରମୋଦ ପୁରୁଷ ଏକକ ଏସଏଲ-୩ର ଫାଇନାଲରେ ଜାପାନର ଦାଇସୁକୁ ଫୁଜିହାରାଙ୍କୁ ୧୭-୨୧, ୨୧-୧୯ ଓ ୨୧-୧୦ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପୁରୁଷ ଯୁଗଳ ଏସଏଲ-୩ ଓ ଏସଏଲ-୪ ଫାଇନାଲରେ ପ୍ରମୋଦ ଭଗତ- ସୁକାନ୍ତ କାଦମ୍ବ ଯୋଡ଼ି ୨୧-୧୭,୧୮-୨୧ ଓ ୨୧-୧୬ରେ ଅନ୍ୟତମ ଭାରତୀୟ ଯୋଡ଼ି ନବୀନ ଶିବକୁମାର- ଜଗଦୀଶ ଦିଲ ଯୋଡ଼ିଙ୍କୁ ପରାସ୍ତ କରି ସ୍ୱର୍ଣ୍ଣପଦକ ଜିତିଛନ୍ତି । ମିଶ୍ରିତ ଯୁଗଳ ଏସଏଲ-୩ ଓ ଏସୟୁ-୫ ଫାଇନାଲରେ ପ୍ରମୋଦ ଭଗତ- ମନୀଷ । ରାମଦାସ ଯୋଡ଼ି ୨୧-୧୯ ଓ ୨୧-୧୯ରେ ନୀତୀଶ କୁମାର -ତୁଳସୀମାଥି ମୁରୁଗାସେନ ଯୋଡ଼ିଙ୍କୁ ପରାସ୍ତକରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।