ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେଲେ ସାନାଏ ତାକାଇଚ
ନୂଆଦିଲ୍ଲୀ : ସାନାଏ ତାକାଇଚ ହେଲେ ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ । ସଂସଦର ନିମ୍ନ ସଦନରେ ଭୋଟ ଜିତିବା ପରେ ଲିବରଲ୍ ଡେମୋକ୍ରାଟିକ୍ ପାର୍ଟି ନେତା ସାନାଏ ତାକାଇଚି ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ସେ ପୂର୍ବତନ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ମାର୍ଗାରେଟ୍ ଥାଚରଙ୍କ ଜଣେ ବଡ଼ ପ୍ରଶଂସକ । ଜାପାନର ସର୍ବୋଚ୍ଚ ପଦବୀରେ ଏହା ତାଙ୍କର ତୃତୀୟ ପ୍ରୟାସ ଥିଲା । ୪୬୫ ଭୋଟରୁ ସେ ୨୩୭ଟି ଭୋଟ ହାସଲ କରି ବିଜୟୀ ହୋଇଛନ୍ତି । ୬୪ ବର୍ଷ ବୟସରେ ଏହି ସଫଳତା ହାସଲ କରିଛନ୍ତି ।