ଜିନ୍ଦଲ ପକ୍ଷରୁ "ମିଳାପ' ସମ୍ମିଳନୀ
ଭୁବନେଶ୍ୱର : ବିସି ଜିନ୍ଦଲ ଗ୍ରୁପ୍ର ଅଂଶ ଓ ଭାରତର ଅନ୍ୟତମ ଅଗ୍ରଣୀ ଆନୁଷଙ୍ଗିକ ଇସ୍ପାତ ଉତ୍ପାଦ ନିର୍ମାତା ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ ଭୁବନେଶ୍ୱରରେ ସଫଳତାର ସହ "ମିଳାପ' ରିଟେଲର ସମ୍ମିଳନୀ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କମ୍ପାନିର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ଏହି ଅଞ୍ଚଳର ରିଟେଲ୍ରମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଓ ଭାବ ବିନିମୟ କରିଥିଲେ । ଚାନ୍ଦି ଷ୍ଟିଲ୍ସ ସହଯୋଗରେ ଆୟୋଜିତ ଏହି ସମ୍ମିଳନୀରେ ୬୦ରୁ ଅଧିକ ରିଟେଲର୍ ସହଯୋଗୀ ଅଂଶଗ୍ରହଣ କରିଥିଲେ । ଭୁବନେଶ୍ୱର ରିଟେଲର୍ ସମ୍ମିଳନୀରେ କମ୍ପାନି ପକ୍ଷରୁ ଶିଳ୍ପର ସ୍ୱତନ୍ତ୍ର ଆବଶ୍ୟକତା ପୂରଣ କରୁଥିବା ତଥା ପ୍ରଦର୍ଶନ ଓ ଦୀର୍ଘସ୍ଥାୟିତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଥିବା ଅତ୍ୟାଧୁନିକ କୋଟେଡ୍ ଇସ୍ପାତ ଉତ୍ପାଦ ପୋର୍ଟଫୋଲିଓକୁ ପ୍ରଦର୍ଶିତ କରାଯାଇଥିଲା । ଏହି ଅବସରରେ ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ର ପ୍ରବକ୍ତା କହିଛନ୍ତି ଯେ, ଆନୁଷଙ୍ଗିକ ଇସ୍ପାତ ଉତ୍ପାଦ କ୍ଷେତ୍ରରେ ଭାରତର ଅନ୍ୟତମ ଅଗ୍ରଣୀ ସଂସ୍ଥା ଭାବେ ଆମେ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିବା ସହ ଆମ ସର୍ବଭାରତୀୟ ଉପସ୍ଥିତିର ସମ୍ପ୍ରସାରଣ କରୁଛୁ । ଆମ ଅଗ୍ରଣୀ ଉପସ୍ଥିତି ବିଭିନ୍ନ ବଜାରରେ ଥିବା ବେଳେ ପୂର୍ବାଞ୍ଚଳ ଓ ଦକ୍ଷିଣ ଭାରତୀୟ ବଜାରରେ ବେଶ୍ ସୁଦୃଢ଼ ରହିଛି । ଆମ ମୂଲ୍ୟବାନ ରିଟେଲର ସହଯୋଗୀମାନଙ୍କ ସହ ସିଧାସଳଖ ଯୋଡ଼ିହେବା ଏବଂ ଆମ ସଦ୍ୟତମ ଉତ୍ପାଦକୁ ଉପସ୍ଥାପନ କରିବା ସହ ସେମାନଙ୍କ ସହ ସମ୍ପର୍କକୁ ମଜଭୂତ କରିବା ଲାଗି “ମିଳାପ” ହେଉଛି ଏକ ପ୍ରମୁଖ କାର୍ଯ୍ୟକ୍ରମ ।