କମୁ୍ୟନିଷ୍ଟ ପାର୍ଟି ପକ୍ଷରୁ ବ୍ଲକ ଘେରାଉ

 ଗୋପ : ରାଜ୍ୟରେ ପ୍ରଥମ କରି ବିଜେପି ସରକାର ଶାସନ ବ୍ୟବସ୍ଥାକୁ ଆସିବା ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି । ଏ ନେଇ ଗୋପ ଶାଖା ଭାରତୀୟ କମୁ୍ୟନିଷ୍ଟ ପାର୍ଟି ପକ୍ଷରୁ ଗୋପ ବ୍ଲକ ଘେରାଉ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପ୍ରଥମେ ଗୋପ ମହାଦେବ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ବାହାରି ବିଭିନ୍ନ ସ୍ଲୋଗାନମାନ ଦେଇ ଗୋପ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚôଥିଲା ।  ପ୍ରସନ୍ନ କୁମାର ଦାସ, ଗୋପ୍ ଜୋନାଲ ସମ୍ପାଦକ ଭାରତୀୟ କମୁ୍ୟନିଷ୍ଟ ପାର୍ଟି ଏହାର ନେତୃତ୍ୱ ନେଇଥିଲେ । ଦାବିଗୁଡିକରେ ଆୟୁଷ୍ମାନ ସ୍ୱାସ୍ଥ୍ୟ  କାର୍ଡରେ ଏକଳ ବ୍ୟବସ୍ଥା ପ୍ରହାର କରି ପରିବାରର ମୁଖ୍ୟଙ୍କ ସହିତ ସମସ୍ତ ସଦସ୍ୟଙ୍କୁ ଅନ୍ତର୍ଭୁକ୍ତ କରାଯାଉ । ଏଥିରେ କେତେକ ବୈଷୟିତ ତ୍ରୁଟି ରହିଥିବାରୁ ଏହାର ସରଳୀକରଣ ହେବା ପର୍ଯ୍ୟନ୍ତ ବିଜୁ ସ୍ୱାସ୍ଥ୍ୟ କାର୍ଡକୁ ପ୍ରଚଳନ କରାଯାଉ । ରାସନ କାର୍ଡରୁ ବାଦ ପଡ଼ିଥିବା ସମସ୍ତ ହିତାଧୁବାରୀଙ୍କୁ କାର୍ଡ ପ୍ରଦାନ କରାଯାଉ । ବାଦ୍ ପଡ଼ିଥିବା ପରିବାର ସହସ୍ୟଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଉ । ନିର୍ବାଚନସମୟରେ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ପ୍ରତ୍ୟେକ ବିଦୁ୍ୟତ୍ ଗ୍ରାହକଙ୍କୁ ୩୦୦ ୟୁନିଟ୍ ବିଜୁଳି ଦେୟ ଛାଡ଼ କର । ଓଡ଼ିଶାରେ ବିଦୁ୍ୟତ୍ ସେବା କ୍ଷେତ୍ରରେ ଟାଟା କମ୍ପାନୀ ସହିତ ହୋଇଥିବା ଚୁକ୍ତିନାମା ବାତିିଲ କର, ୬୦ବର୍ଷରୁ ଊଦ୍ଧ୍ୱର୍ ଚାଷୀ, ମୂଲିଆଙ୍କୁ ୬ହଜାର ଟଙ୍କା ପେନସନ୍ ଲାଗୁ କର । ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କର । କୃଷି କ୍ଷେତ୍ରରେ ବିନିଯୋଗ ପାଇଁ ଆଇନ ପ୍ରଣୟନ କର । ଏହି ଯୋଜନାରେ ବ୍ୟବହୃତ ଯାନ୍ତ୍ରିକ ବ୍ୟବସ୍ଥା ବନ୍ଦ କର । କୋଣାର୍କ ଓ ଗୋପ ଅଞ୍ଚଳର ଥିବା ଜମିଜମା ସମସ୍ୟାର ସମାଧାନ ତୁରନ୍ତ କର । ଉତ୍ପାଦିତ ଫସଲ ସୁରକ୍ଷିତ ପାଇଁ ଗୋପ ବ୍ଲକରେ ଏକ ଶୀତଳ ଭଣ୍ଡାର ପ୍ରତିଷ୍ଠା କର । ସମବାୟ ବ୍ୟାଙ୍କମାନଙ୍କରୁ ପାନଚାଷୀମାନଙ୍କୁ ପାନଚାଷ ରଣ ବିନା  ସୁଧରେ ପ୍ରଦାନ ପାଇଁ ଆଇନ କର ଏବଂ ଫସଲ ବୀମା ପରି ପାନଚାଷ ବୀମା ପ୍ରଣୟନ କର ଆଦି ଉଲ୍ଲେଖ ରହିଛି । ଏହି ବିକ୍ଷୋଭରେ ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ, ସହସମ୍ପାଦକ କ୍ଷୀରୋଦ ସିଂହଦେଓ, ଜିଲ୍ଲା ସମ୍ପାଦକ କୃଷ୍ଣଚନ୍ଦ୍ର ରାଉତ, ପ୍ରଦୀପ୍ତ କୁମାର ମହାନ୍ତି, ମନୋରଞ୍ଜନ ପରିଡ଼ା, ସୁକାନ୍ତ ମହାନ୍ତି ପ୍ରମୁଖ ନେତୃତ୍ୱ ଯୋଗ ଦେଇଥିଲେ । ଶେଷରେ ଗୋପ ବ୍ଲକ ବିଡ଼ିଓ ଛବିରାଣୀ ସାହୁଙ୍କ ମାଧ୍ୟମ ରେ ରାଜ୍ୟ ସରକାରଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିଲା ।