ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର

 ଦଶପଲ୍ଲା: ଦଶପଲ୍ଲା ବ୍ଲକ ସଭାଗୃହରେ ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି  । ଶିବିରରେ ନୟାଗଡ଼ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲାଗନ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମଦ୍ଦାର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରି ସୁଶାନ୍ତ ଦାଶ, ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ, ବିଡିଓ ଓ ତହସିଲଦାର ପ୍ରମୁଖ ଉପସ୍ଥିତ ରହି ଶୁଣାଣି କରିଥିଲେ । ଦଶପଲ୍ଲା ବ୍ଲକ୍ର ବିଭିନ୍ନ ସ୍ଥାନରୁ ଆସିଥିବା ୧୨୯ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ସେଥି ମଧ୍ୟରୁ ବ୍ୟକ୍ତିଗତ ୬୩ ଗୋଟି, ଗ୍ରାମ୍ୟ ସମସ୍ୟା ୧୭ ଗୋଟି, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ସମ୍ପର୍କିତ ୬ ଗୋଟି ମାମଲାର ଶୁଣାଣି କରାଯାଇଥିଲା  ।ଏହି ସବୁ ଅଭିଯୋଗ ମଧ୍ୟରୁ ମୋଟ ୪୩ ଗୋଟି ଅଭିଯୋଗର ସମାଧାନ କରାଯାଇ ଥିବା ବେଳେ ଅନ୍ୟ ଗୁଡିକୁ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଏହି ଶୁଣାଣି ସମୟରେ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତଥିଲେ ।