ଝିଆରୀକୁ ଅସଦାଚରଣ ଦାଦା କୋର୍ଟ ଚାଲାଣ
କବାଟବନ୍ଧ : ଜେନାପୁର ପୁଲିସ ଝିଆରୀକୁ ଅସଦାଚରଣ ଅଭିଯୋଗରେ ଦାଦାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦାଦା ଥାନା ଅନ୍ତର୍ଗତ ରେଖିଦେଇପୁର ପଞ୍ଚାୟତ ପାଇକରାପୁର ଗ୍ରାମର ନନ୍ଦ ମଲିକଙ୍କ ପୁଅ ପରି (୩୫)ବୋଲି ଜଣାପଡିଛି । ପୁଲିସ ସୂଚନା ମୁତାବକ ଅଭିଯୁକ୍ତ ପରି ଗତ ୨୦ ତାରିଖ ରାତିରେ ଝିଆରୀକୁ ଅସଦାଚରଣ କରିଥିଲା । ଏନେଇ ପିଡ଼ିତାଙ୍କ ପରିବାର ପକ୍ଷରୁ ଜେନାପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତି କରି ପୁଲିସ ଜେନାପୁର ଥାନା କେସ ନମ୍ବର ୧୯୦/୨୫ରେ ଏକ ମାମଲା ରୁଜୁ କରି ପରିକୁ ଗିରଫ କରିଥିଲା ବୋଲି ଥାନା ଅଧିକାରିଣୀ ନିରୂପମା ଜେନା ସୂଚନା ଦେଇଛନ୍ତି ।